STORYMIRROR

Ram Prasad Bisoi

Fantasy

2  

Ram Prasad Bisoi

Fantasy

ଜହ୍ନ-କବିତା-ନିବେଦିତା

ଜହ୍ନ-କବିତା-ନିବେଦିତା

1 min
14.2K


କେବେକେବେ ନିର୍ଦ୍ଧାରିତ ସମୟ ପୂର୍ବରୁ

ଆକାଶକୁ ଆସିଯାଏ

ଜହ୍ନ,

କେବେକେବେ

ନିର୍ଦ୍ଧାରିତ ଯିବା ସମୟ

ପରେ ବି

ଛାଇ ରହେ ଆକାଶରେ

ଜହ୍ନ

ମୁଁ ଚାହେଁ ତୁମକୁ

ଠିକ ଜହ୍ନ ଭଳି

ଛାଇ ରୁହ

ମୋ ଜୀବନର

ଆକାଶେ

ମୋ ଲେଖା ପ୍ରିୟ କବିତା ଭଳି,

ଯେମିତି ସେ ଚାଲିଛି

ମୋ ସହ

ଛାଇଟିଏ ହୋଇ

ଦୂରଦିଗନ୍ତ ସେପାରି ପର୍ଯ୍ୟନ୍ତ,

କେବେ ତା ସହ ଭେଟ କେମିତି ହେଲା କେଜାଣି,

ମନେ ନାହିଁ

ମୋର,

ଜହ୍ନ ସହ ସେ ବି ଆସିଯାଏ

ବସି ପଡେ, କହେ ଧନ ମୋର ଖୋଜ ଶବ୍ଧ,ପଂକ୍ତି,ପୃଷ୍ଠଭୂମି,

ସତରେ ନ ହେଉ

ପଛେ

କଲ୍ପନାରେ

ସାଜିବାକୁ କେବଳ ନିଶି ଅଭିସାରିକା

ଦିଅ ମୋତେ

ମନ୍ତ୍ର ଜୀବନ୍ୟାସ-

କବିତା-ନିବେଦିତା-----------!

କାଶ୍ୟପ, ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy