STORYMIRROR

Asish Behera

Inspirational Others Children

4  

Asish Behera

Inspirational Others Children

ଝିର୍ ବୁଆ

ଝିର୍ ବୁଆ

1 min
256


କିହେ ନେଇନ ତାର୍ ଏଡ଼େ ଧନୀ ଟେ

ଝିର୍ ବୁଆ ଅଟେ ଯିଏ

ନିଜର୍ କଲଜା କାଟିକି ଦେଶୀ ସେ 

ତାର୍ ଏଡ଼େ ଦାନୀ କିଏ ।


ଝିଇ ଏକା ତାର୍ ଜୀବନ୍ ଯେ ଅଟେ

ଝିଇ ଯେ ତାହାର୍ ଧନ୍

ଝିଇ ଦେଲାବେଳେ ଧନ୍ ଦେଇଦେଶୀ

ଧନେ ନେଇ ଥାଏ ମନ୍ ।


ଗୁଟେ ଏକା ତାର ଅମୂଳ ରତନ୍

ସେ ହିଁ ହେଇଗଲେ ପର୍

ସବୁ ଯେ ତାହାକେ ଲାଗେ ଖାଲି ଖାଲି 

ଘର୍ ନିଲାଗେ ଯେ ଘର୍ ।


ଜୀବନ୍ ଠାନୁ ବେସି ଭଲ୍ ପାଇକି

ତାହାକେ ଯେ କର୍ସି ପର୍

କଲଜା କଟିକି ବୁଆ ଦେଇଦେଶୀ

ବୁଆ ନି ସେ ସାଧା ନର୍ 

 ବୁଆ ନି ସେ ସାଧା ନର୍ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational