STORYMIRROR

Kishore Nayak

Children

3  

Kishore Nayak

Children

"ଝିପି ଝିପି ବରଷାରେ "

"ଝିପି ଝିପି ବରଷାରେ "

1 min
86

ଶିଶୁ ଓ କିଶୋର ମାନଙ୍କ ନିମନ୍ତେ କବିତାଟିଏ 


"ଝିପି ଝିପି ବରଷାରେ"


ଝିପି ଝିପି ବରଷାରେ 

ହୋଇ ଓଦା ସରସର 

ଚଷା ଭାଇ ହଳ କରେ 

ବିଲରେ ତାହାର ll

ଧାରା ଶିରାବଣ ମାସ 

ବରଷଇ ଅଣଚାଷ 

ଘଡଘଡି ଶବଦରେ 

କମ୍ପି ଉଠେ ଚଉପାଶ ll

ବେଉଷଣ କାମ ପାଇଁ 

ଚଷା ଭାଇ ତର ତର 

ବରଷକ ଆହାରରେ 

ପାଳିବ ତା'ର ସଂସାର ll

ସେଇ ଆହାର ଗଣ୍ଡେ ପାଇଁ 

ସବୁ କଷ୍ଟ ଭୁଲି ଯାଇ 

ଧାନ ତଳି ରୋଇ ଦିଏ 

ଜମିକୁ ଦୋଓଡା ଦେଇ ll

ପକାଇ ସାର ପିଡିଆ 

ଜମିକୁ କରେ ଉଠିଆ 

ସବୁଜ କ୍ଷେତକୁ ଦେଖେ 

ଖୁସି ମନେ ହୋଇ ଠିଆ ll

ଜଗତର ବନ୍ଧୁ ସେ ତ 

ଯୋଗାଏ ତାହାର ହାତ 

ଅନ୍ନ ଏଇ ଦୁନିଆକୁ 

ତାକୁ କର ସମ୍ବର୍ଦ୍ଧିତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children