STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ଝିମିଟି ଝାଇଁ

ଝିମିଟି ଝାଇଁ

1 min
94

ମୁଣ୍ଡେ ଓଡ଼ି ଟୋପି

ପାଦେ ପିନ୍ଦିଦେଇ ବୁଟ୍

ସୁନ୍ଦରୀ ନୋନି କେଡେକ୍ ନିମାନ

ପିନ୍ଦି ଦେଇ ଶୀତ୍ ସୁଟ୍


ଗୁଲା "କୋଷାଗୁମଡା"(କାକର)

ଚିତ୍ରକୁଟ ହୋଇଗଲା ପାଗଲ୍

ସରଗର ପରି କିଏ ଆସି

ଫୁକି ଦେଲା କାଇ ଗରଲ୍


କାଇ ନିମାନ କାକର ହେଲା

ନାନା ପ୍ରକାର୍ ଟୋକି

ସବୁ ଟୋକି ଭିତରେ ଇ ପରୀ ଆଇ

ସବୁର୍ ଆକି ଗଲା ଲାକି


ତାର କବିତା ମଧୁର ଗୀତା

ତାର ଶୋର କୋଈଲ୍ ତାନ୍

ତାର ଚାଲି ଦେକି ଢ଼ଙ୍ଗଡ଼ା ଚମକେ

ଛାତି ଭିତର୍ ଠନ୍ ଠନ୍


ଧଏନ୍ ମାପରୁ ସରଗ ପରୀ

ତାର ସରିକେ ନାଇଁ ନିମାନ୍

ଝଟକେ ଦେଖିଲେ ଆରି ମନ୍ ଡାକେ

ଧକ୍ ଧକ୍ ହେସି ପରାନ୍


ହେଲେ ଆମର ସିଏ ସୁଆଗି ଚେଚେ

ଆମର ଘରର ବତୀ 

ତାର ବିନା ଆମର କାକର-ଘର

ଅନ୍ଧାର ଅନ୍ଧାର ରାତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract