Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyochhna rani Devi

Tragedy

3.9  

Jyochhna rani Devi

Tragedy

ଝିଅଟିଏ ମୁଁ ଯେ ଝିଅଟିଏ

ଝିଅଟିଏ ମୁଁ ଯେ ଝିଅଟିଏ

1 min
220



     

     

 ଝିଅଟିଏ ମୁଁ ଯେ ଝିଅଟିଏ

    ଶୁଖିଲା ନଈର ଖିଅଟିଏ

କରିପାରିଲିନି ତୁମପାଇଁ କିଛି

     ଆଖିରୁ ତ ଲୁହ ବହିଯାଏ ।


ନଈ ସେପାରିର ଆରପାରେ

     ରହିଗଲ ବାପା ବହୁଦୂରେ

କଣ୍ଟକବନର ବେଦନା ସହୁଛି

    ଆଖିଲୁହ ଖାଲି ଆଖି ମାରେ ।


କାହ ପାଇଁ ଥିଲ ଦେବଦୂତ

      କାହାପାଇଁ ଥିଲ ଜଗନ୍ନାଥ

କାହପାଇଁ ଥିଲ ବେଳଅବେଳର

    ଲହଡି ଭାଙ୍ଗିବା ଧାନକ୍ଷେତ ।


ତୁମ ହାତଲେଖା ଚିଠିଟିରେ

     ଅୟୁତ ଯୁଗର ବ୍ୟଥା ଝରେ

 କରିପାରୁନାହିଁ ପରିସ୍ଥିତି ସାଥେ

    ସାଲିସ୍ ପାଇଁ କି ହାତ ଥରେ ।


କି ଭାଗ୍ୟ ବିପାକ ଲଭିଥିଲ

   ସମୟ ସୁଅରେ ଭାସିଗଲ

 ତୁମ ହାତ ଏବେ ଧରି ନ ପାରୁଛି

   ହେଉଅଛି ସିନା କଲବଲ ।


ମଣିଷ ଗଛଟି ଏଡେ ପିତା

    ସବୁଙ୍କର ବଢିଯାଏ ଚିନ୍ତା

ଉଆସ ତୋଳି ଯେ ସୁନାଝୁଲଣାରେ

ଝୁଲାଉଥିଲା ସେ ଏବେ ବୃଥା ।



ବାପ ଭାଗ୍ୟ ନେଇ ଠିଆ ହେବା

    ଦିନେ ଏହି ଭବୁ ଚାଲିଯିବା

ସେନେହ ଶରଧା କିଏ କାହୁଁ ଦେବ

  ଆମ ଗାତ ଆମେ ଖୋଳିନେବା




Rate this content
Log in