STORYMIRROR

Srinibas Mahalik

Inspirational

3  

Srinibas Mahalik

Inspirational

ଝିଅ

ଝିଅ

1 min
13.6K


ଝିଅ ହେବ ଶୁଣି ବାପାମାଆ ତାକୁ

ଦିଅନ୍ତି ପେଟରୁ ମାରି

ଯଦି ବଞ୍ଚିଗଲା ନାଳ ନର୍ଦ୍ଦମାରେ

ଫିଙ୍ଗନ୍ତି ମୁଣାରେ ଭରି ।।

ଝିଅ ଯଦି ଟିକେ ବଡ ହୋଇଯାଏ

ସୃଷ୍ଟି ହୁଏ ନାନା ଭୟ

ରେପ୍ ଧର୍ଷଣ ଶିକାର ହୋଇ ସେ

ବନିଯାଏ ଅସହାୟ ।।

ଭଲପାଇ ସିଏ ସର୍ବସ୍ଵ ହରାଇ

ପ୍ରେମରେ ପାଇ ସେ ଧୋକା

ଉପାୟ ନପାଇ ଜୀବନ ହାରେ ସେ

ଖୋଜି ପଙ୍ଖା, ଗାଡି ଚକା ।।

ଯଦି ବାହାହୁଏ ଶାଶୂଘରଠାରୁ

ଖାଇଥାଏ ନିର୍ଯାତନା

ବିଶ୍ରାମ ନନେଇ ଦିନରାତି ଖଟେ

ନପଡେ ପେଟରେ ଦାନା ।।

ଝିଅ ହୋଇ ଗୋଟେ ଜନ୍ମ ନେବା କ'ଣ

 ଏ ଧରାପୃଷ୍ଠରେ ପାପ

ନା ଝିଅ ପ୍ରତି ଭଗବାନଙ୍କର

ଏହା ଗୋଟେ ଅଭିଶାପ !!



ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational