STORYMIRROR

Dharmaraj Majhi

Fantasy Inspirational

4  

Dharmaraj Majhi

Fantasy Inspirational

ଝିଅ

ଝିଅ

1 min
136


ଝିଅ,

ତୁ ଆସି ସାମିଲ ହେଲୁ ଜୀବନେ ବୋଲି ତ,

ସ୍ବପ୍ନ ସବୁ ଧରା ଦେଲେ ପ୍ରଜାପତି ପରି ଆପଣା ଛାଏ,

ଆଶିଷ ତୁ ନିଶ୍ଚୟ ମୋ ପୂଣ୍ୟର

ଶିରପାରେ ଯୋଡ଼ି ହୋଇ ଯାଉଛି

ସଫଳତାର ଗୋଟିଏ ପରେ ଗୋଟିଏ ପର।।

ଝିଅ,

ସାଫଲ୍ୟର ଦ୍ଵାରସବୁ ଉନ୍ମୁକ୍ତ ହେଲା

ତୋ ଆଗମନରେ

ମାଣବସା ଝୋଟିରେ କୁନି କୁନି ଲକ୍ଷ୍ମୀ ପାଦ

ବୋଧେ ତୋ' ରି,

ଆଙ୍କୁ ଥିଲା ତୋ ମାଆ,

ଆହ୍ଲାଦିତ ଏବେ ମୋ ମୌନ ନିସଂଗତା

ଆଉ ଆହତ ନିରୋଲାପଣ,

ଜୀବନ୍ୟାସ ପାଇଲା

ମୋ ଅଗଣା, ଘର ଆଉ ପ୍ରତିକ୍ଷୀତ ଜୀବନ।।

ଝିଅ,..,

ତୋ ରାଗ ରୁଷା ଅଭିମାନ ହିଁ ତ ଜୀବନ୍ତ

କରିଛି ମୋ ଦୁନିଆକୁ,

"ଶୀଘ୍ର ଆସିବ":-

ଏଇଟିକ କଥା ହିଁ ତ ମୋତେ ଫେରାଇ ଆଣେ ସଅଳ,

ଆକୁଳ ହୁଏ ମନ,

ତୋ ଅପେକ୍ଷାର କାଳଖଣ୍ଡକୁ ସୁଦୀର୍ଘ

କରିପାରେନା ମୋ ବାପାପଣ।।

ଝିଅ,

ମୋ ଫେରିବା କ୍ଷଣି

ଦୌଡ଼ି ଆସି କୁଣ୍ଢେଇ ନେଇ ତୋ ଖୋଜିବାପଣ

ହିଁ ତ ମୋତେ ସମ୍ରାଟ କରିଛି,

ପରୀ ହୋଇ ବାଣ୍ଟି ଚାଲିଚୁ

ସୁଖ ଆଉ ସୁଖ ପ୍ରତିକ୍ଷଣ ।।

ଝିଅ,

ତୋ ଆଖିରେ ଝରିଲେ ଲୁହ

ମୋ ହୃଦୟରୁ ଝରେ ଲହୁ,

ଲକ୍ଷେ ଗୋଲାପ ଫୁଟେ ମୋ ମନେ

ତୁ "ବାପା" ବୋଲି ଯେବେ ଯେବେ କହୁ ।।

ଝିଅ,

ତୋ ପାଦ ତଳେ ମୋ ଅର୍ଜିତ ସର୍ବସ୍ୱ

ତୋ'ରି ପାଇଁ ତ

ମୋର ଏ ନବକଳେବର

ଘଟ ପରିବର୍ତ୍ତନ ମୋ ହେଲା ତୋ ଜନ୍ମତିଥୀରେ

ଆଉ ମୁଁ ବଞ୍ଚୁଛି ତୋ'ରି ଭିତରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy