ଝିଅ ଯିବ ଶାଶୁ ଘର
ଝିଅ ଯିବ ଶାଶୁ ଘର
ଗୋଟିଏ ସୂତ୍ରରେ ବନ୍ଧା ଏ ସଂସାର
ପର ପୁଅ ପର ଝିଅ
ସଂସାର ଭିତରେ ଥରୁଟେ ପଶିଲେ
ପାଇବ ନିଶ୍ଚୟ ଖିଅ ।
ଝିଅ ଜନମ ଟି ପର ଘରି ହେବା
ସଂସାରର ସାର ଇଏ
ବାପା ମାଆ ମାନେ ବଢାଇ କୁଢାଇ
ଶାଶୁ ଘର ବିଦା ଦିଏ ।
ପର କୁ ଆପଣା କରି ନିଏ ଝିଅ
ବୋହୂ ସାଜି ଶାଶୁ ଘରେ
ନୂଆ ଜୀବନର ଆରମ୍ଭ ସେଇଠୁ
ସୁଖର ସଂସାର କରେ ।
ପର ଝିଅ କେବେ ଘର ଭାଙ୍ଗେ ନାହିଁ
ଏକା ଧାରରେ ସେ ମାଆ
କେତେ ସୁଖ ସ୍ଵପ୍ନ ଦେଖେ ସେହି ଝିଅ
ଗଢ଼ିବ ନୂଆ ଦୁନିଆଁ ।
ବାପ ଘର ଛାଡ଼ି ଶାଶୁ ଘର ଯାଏ
ଛାଡ଼ି ସାଙ୍ଗ ସାଥୀ ଗାଁ
ଝିଅ ଜନମ ତ ପର ଘରକୁ ଲୋ
ବୁଝାଏ ତା ବାପା ମାଆ ।
ମାନବ ଜୀବନ ନୁହଁଇ ମାଆ ଲୋ
ବିଳାସ ବ୍ୟସନ ଭୋଗ
ଲଭୀ ଥାନ୍ତି ଯହିଁ ଯଶ ଖ୍ୟାତି କୀର୍ତ୍ତି
କରି ଥାନ୍ତି ବହୁ ତ୍ୟାଗ ।
ଅଶ୍ରୁଳ ନୟନେ ତା ଶୁଭ ମନାସେ
ଭଲରେ ଭଲରେ ଯାଆ
ଶାଶୁ ଶଶୁରଙ୍କୁ ନିଜର କରିବୁ
ସେ ହିଁ ତୋ ବାପା ମାଆ ।
ମୋ ସଂସ୍କାର ନେଇ ଯାଉଛୁ ଝିଅଲୋ
ହୀତ ଉପଦେଶ ବାଣୀ
ସ୍ବାମୀ ଙ୍କୁ ତୋହର ମନ ଜାଣି କରି
ସେବା କରୁଥିବୁ ପୁଣି ।
ବିଦାୟ ବେଳ ତ ଉପସ୍ଥିତ ହେଲା
ଝିଅ ଯିବ ଶାଶୁ ଘର
ଶବରୀ ବାଲା ହେ ଶବରୀ ଲଗାଅ
ବେଳ ହେଉଛି ଉଚ୍ଛୁର ।
ଗାଁ ଝିଅ ବୋହୂ ବିଦା ଦେବେ ଝିଅ
ଅଗଣା ଖାଲି ପଡିଲା
ଅଶ୍ରୁଳ ନୟନେ ବିଦାୟ ଦିଅନ୍ତି
ଝିଅ ଶାଶୁ ଘର ଗଲା ।
