STORYMIRROR

Monali Nayak

Inspirational

3  

Monali Nayak

Inspirational

ଝଡ଼ି ଯାଏ ପୁଣି ଶେଷରେ

ଝଡ଼ି ଯାଏ ପୁଣି ଶେଷରେ

1 min
316

ଶରତ ଛୁଇଁଲେ

  ମରତ ଭୂଇଁକୁ

  ଆମ ନଈ ପଠା ହସଇ, 

ପଠା ଧାରେ ଧାରେ

  କାଶତଣ୍ଡୀ ଫୁଲ

   କେଡ଼େ ଅପରୂପ ଦିଶଇ ।। 


ଅଳପ ବାଆରେ

  ନାଚି ନାଚି ଦୋଳେ

   ପାର୍ବଣ ଗୀତିକା ଗାଇ କି, 

ସତରେ ଯେମିତି

  ଅଭିସାରିକା ସେ

   ମାତୃ ଅଙ୍ଗ ଲାଗି ପାଇଁ କି ।। 


ପବିତ୍ର ପାର୍ବଣ

  ଆଗମନେ ଧରା

   ପବିତ୍ର ପବିତ୍ର ଲାଗଇ, 

ମୋ ଗ୍ରାମଦେବତୀ

  ମାଜଣା ହୁଅନ୍ତି

    ହଳଦୀ ଅଗୁରୁ ଲଗେଇ ।। 


ପୂଜାମଣ୍ଡପରେ

  କାରିଗର ଆସି

    ମୃଣ୍ମୟୀ ପ୍ରତିମା ତିଆରେ,

ଜ୍ୟୋତିଷ କୁହନ୍ତି

  ଏଇ ସନ ମାଆ

   ଆସିବେ ଅଶ୍ୱ କି ନାଆରେ ।। 


ଷୋଳ ଉପଚାରେ

 ପୂଜା ପାଆନ୍ତି ମାଆ

    ଷୋଡ଼ଶୀ କୁଆଁରୀ ବେଶରେ, 

କାଶତଣ୍ଡୀ ଆତ୍ମ 

   ନିବେଦନ କରି

    ଝଡ଼ିଯାଏ ପୁଣି ଶେଷରେ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational