ଝଡ଼
ଝଡ଼
ମାଉସୀ ମା କହି ପିଣ୍ଡା ତ ମାଗିଲ
ଦୁଆରେ ଆମର ବସ,
ଦୁଆରେ ବସିବା ବାହାନା କରିଣ
ଦେଶ ଭିତରେ ନ ପଶ
ବସୁଧା କୁଟୁମ୍ବ ଭାବିଥିଲୁ ବୋଲି
ଦେଶଟାକୁ କଲ ଖୋଳ ,
ସନ୍ତ୍ରାସବାଦୀଙ୍କ ଆଡ୍ଡା ପଶିଆସ
ହୋଇ ଶରଣାର୍ଥୀ ପଲ
ପାଖରେ ରଖିଲୁ ବୋମା ବି ଖାଇଲୁ
ଏବେ ଆଖାଧୁଆ ପାଳି ,
ଯେତେ ସବୁ ତୁମେ ବିଦେଶୀ ଭଁ ଅ ର
ଆଉ ପାରିବନି ଗଳି
ଅତିଥି ହୋଇଣ ଯେବେ ବି ଆସିବ
ଚାଲିଯିବ ସସମ୍ନାନେ ,
ନାଗରିକ ବିଲ୍ ଲାଗୁ ହୋଇଗଲେ
ଫେରିବ ସ୍ୱବାସ ସ୍ଥାନେ
ଉପକୂଳ ଡେଇଁ ଆସୁଥିଲ ଯେଉଁ
ଚୋରା କାରିଗର ଦଳ ,
ଭାରତ ସାଗରେ ମୋଦି ରୂପୀ ଝଡ଼
ହେଲା ତୁମପାଇଁ କାଳ
ଝଡ଼ ନୁହେଁ ଏତ ନୂତନ ସୃଷ୍ଟି ର
ଅଦୃଶ୍ୟ ଇଙ୍ଗିତ ଦିଏ,
ବୁଝିବାର ଥିଲେ ଅବଶ୍ୟ ବୁଝିବ
ସଚ୍ଚା ଭାରତୀୟ ଯିଏ
