STORYMIRROR

Jitendriya Behera

Abstract Inspirational Tragedy

2.2  

Jitendriya Behera

Abstract Inspirational Tragedy

ଝଡ

ଝଡ

2 mins
27.1K


ମୁଁ ଜାଣେ ଝଡ ମତେ ଅପେକ୍ଷା କରିଥାଏ

କୋଉଠି ନା କୋଉଠି

କୋଉ ବେଳ ଅବେଳରେ 

ମୋ ଯିବା ଆସିବା ବାଟକୁ ନାକେଇ ଥାଏ

ତାର ଲୁହ ଦରକାର ଦୁଃଖ ଦରକାର

ମୋ ଓଠରେ ହସ ଟିକେ ଦେଖିଲେ

ନିଜକୁ ନିଜ ସିଏ ଜଳି ଯାଉଥାଏ ।

ଝଡ...

ତା ଆସିବାରେ କିଛି ନିୟମ କାନୁନ ନାହିଁ

ନାହିଁ ସାହି ପଡିଶା ରାସ୍ତା ଘାଟ

ଏମିତି ଝଡ କିଛିବି ମାନେନି ଆସିଯାଏ

ଯିଏ ଯେତେ ସୂଖ ପାଉ ବା ଯିଏ ଯେତେ ଦୁଃଖ ।

ଝଡ କାହିଁକି କେଜାଣି

ମୋ ହସୁରା ସଂସାରକୁ ଧସେଇ ପଶେ

ମୋ ଓଠରୁ ଛଡାଇ ନିଏ ସମସ୍ତ ଲାଳିତ୍ୟ

ଛିନ୍ନ କରି ମୋ ପ୍ରେମର ବଗିଚା

ଦେଖାଉ ଥାଏ ତା ଔଦ୍ଧତ୍ୟ ।

ଏଇତ କେତେ ସୁନ୍ଦର ଥିଲା ପୃଥିବୀ

ଝଡ ଆସି ଉଜାଡି ଦେଲା ସବୁ

ପୁଣି ଏକ ପ୍ରଚଣ୍ଡ ଆଘାତ ପରେ

ଆଉଥରେ ପୁଣି ସଜାଡିବି 

ନିଜେ ମୁଁ ନିଜକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract