ଝଡ଼ ଆଖିରେ
ଝଡ଼ ଆଖିରେ
ଝଡ଼ ଆଖିରେ କୁଟାଖିଅ ଜୀବନଟି
ମାଟି ଉପରକୁ ଉଠିଯାଇ
ପୁଣି ଖସିପଡେ ମାଟିରେ
ବଦଳିଯାଏ ରୂପ ତା'ର
ବିନ୍ଦୁ ବିନ୍ଦୁ ଧୂଳି ହୋଇ।
ଦୁଃଖ, ଶୋକ,ତାପ,ଭୋଗ
ସବୁ ସରିଗଲା ପରେ
ନିର୍ବାକ ସେ !
ମିଳିଲାନି ତାକୁ ତାର ଶେଷ ଆଶ୍ରୟଟି
ଯହିଁରେ ସେ ଅବତୀର୍ଣ୍ଣ ହୋଇଥାନ୍ତା
ଏକ ବିଶେଷ ଭୂମିକାରେ
ପାନକରି ସେହି ଅପରିସୀମ
ଇଲାକାର ଦେବତାଙ୍କ
ପିଆଲାରୁ ବିନ୍ଦୁଏ ଅମୃତ।