ଝାଳ
ଝାଳ
କେବେ ବହେ ଦାଦନ ଶ୍ରମିକ ମାଥାରୁ
କେବେ ରାତିର ଘନ ଅନ୍ଧକାରରୁ
କେବେ ବହେ ଜୀବନ ପ୍ରତି ଥିବା ଲୋଭରୁ
କେବେ ବହେ ଅଜାଗାରୁ । ୧ ।
ଯେଉଁଠୁ ଭି ବୋହୁନା କାହିଁକି
କରିଦିଏ ମନ କୁ ବିଷର୍ଣ୍ଣ
ଯାହା ମନେ ପଡେ ବାର ବାର
ଛାଡି ଯାଏ କିଛି ଚିହ୍ନ । ୨।
ଯେବେ ସମୟ ନିଏ ତାର ଆବର୍ତ୍ତନ
ଛାଡି ଯାଏ ଲୁଣ ମିଶା ଗାମୁଛା
ଗୁମୁରା ଗନ୍ଧର ମସିଣା
କିଛି ନଖର ଦାଗ
ଆଉ, କିଛି ରକ୍ତର ଚିହ୍ନ । ୩।
ଭରି ଦିଏ ସମୁର୍ଣ୍ଣତା
ଆସିଯାଏ ସମର୍ପଣ
ଆଙ୍କିଦିଏ ଏକ ଗାର
ଯେଉଁଠି ଜନ୍ମ ଓ ମୃତ୍ୟୁ ଏକ ସମାନ । ୪।
