ଜଗତର ମଙ୍ଗଳ ହେଉ
ଜଗତର ମଙ୍ଗଳ ହେଉ
ଜଗତରନାଥ ହେ ଜଗନ୍ନାଥ
କୃପା କର ପ୍ରଭୁ କୃପା କର
ତୁମେ ନ ରଖିଲେ କିଏ ବା ରଖିବ
ତୁମେ ପରା ଜଗତର ନାଥ ।।
ହାହାକାର ଶୁଭୁଅଛି ଏ ବିଶ୍ଵ ଆଜି
ସଭିଏଁ ଅଟନ୍ତି ଆଜି ନିରୁପାୟ
କାହା ମୁହେଁ ନାହିଁ ହସର ଜୁଆର
ମାଡିଆସିଛି ଆଜି ଦୁଃଖର ପାହାଡ଼ ।।
ପାପ ଯେଉଁଥିରେ ପୂର୍ଣ୍ଣ ବି ସେଇଥିରେ
ସଭିଏଁ ଗୋଟିଏ ଡଙ୍ଗାରେ ନାବିକ
ପାପ ଓ ପୂର୍ଣ୍ଣ ସବୁ ଗୋଟିଏ ଡୋରିରେ
ସବୁ ବସି ତୁମେ ପ୍ରଭୁ ନାଟ ଦେଖୁଅଛ ।।
ଉଦ୍ଧାର କର ପ୍ରଭୁ ଏ ବିଶ୍ଵବାସୀଙ୍କୁ
ସଭିଙ୍କର ତୁମେ ରକ୍ଷାକଵଚ
ଏ ମହାମାରୀକୁ କର ହେ ବିନାଶ
ତୁମ ପାଦପଙ୍କଜରେ କୋଟିପ୍ରଣାମ ।।
