STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଜଗତ ଗାଇବ ବନ୍ଧୁତ୍ୱ ଗାଥା

ଜଗତ ଗାଇବ ବନ୍ଧୁତ୍ୱ ଗାଥା

1 min
112

ଜନମରୁ ମୃତ୍ୟୁ ଜୀବନ ଯାତ୍ରାରେ

ନାନା ସମ୍ପର୍କରେ ମଣିଷ ବନ୍ଧା

ସବୁଠୁ ସୁନ୍ଦର ନିଆରା ସମ୍ପର୍କ

ବନ୍ଧୁତ୍ୱର ଡୋରେ ଜୀବନ ଛନ୍ଦା


ବାଲ୍ୟକାଳଠାରୁ ବୃଦ୍ଧବେଳଯାଏଁ

ବନ୍ଧୁ ରୂପେ ଯୋଡି ସମ୍ପର୍କ ଖିଅ

କେତେ ଭାବାବେଗ ସ୍ମୃତିର ସୁରଭି

ଭରି ଦେଇଥାନ୍ତି ଆମ ହୃଦୟ


ପ୍ରକୃତ ବନ୍ଧୁ ଯେ ସାଥେ ରହିଥାଏ

ଦୁଃଖ ଅବା ସୁଖ ପ୍ରତି ମୁହୂର୍ତ୍ତେ

ଦୁଃଖେ ଆଶ୍ୱାସନା ଭରିଥାଏ ମନେ

ସୁଖେ ଧରୁଥାଏ ହସ୍ତକୁ ହସ୍ତେ


ଭଲ ମନ୍ଦ ଗୁଣ ପରଖି ନିଏ ସେ

ମନ୍ଦ ଗୁଣ ଦୂର କରିବା ପାଇଁ

ନାନା ଉପଦେଶ ଦେଇଥାଏ ନିତି

ତିଳେ ହେଲେ ଦ୍ଵିଧା ରଖଇ ନାହିଁ


ସଫଳତା ଦେଖି ଈର୍ଷା କରେ ନାହିଁ 

ନିର୍ମଳ ମନରେ ପ୍ରେରଣା ଦିଏ

ବିଶ୍ୱାସ ଭରସା ଭାଙ୍ଗେ ନାହିଁ କେବେ

ଆପଣା ପଣରେ କୋଳେଇ ନିଏ


ଶାଶ୍ୱତ ପବିତ୍ର ବନ୍ଧୁତ୍ୱ ସମ୍ପର୍କ

ମାନ ରଖିଥାଏ ପ୍ରକୃତ ମିତ୍ର

ଧନୀ କି ଗରିବ ଜ୍ଞାନୀ କି ମୁରୁଖ

ବନ୍ଧୁତାରେ କେବେ ଭାବେନା ଚିତ୍ତ


ପ୍ରକୃତ ବନ୍ଧୁର ପରିଭାଷା ବିଶ୍ୱେ

ରଚିଯାଇଛନ୍ତି କୃଷ୍ଣସୁଦାମ

ଉଚ୍ଚନୀଚ୍ଚ ଭାବ ନଥିଲା ମନରେ

ଭରିଥିଲା ଦୁଇ ହୃଦୟେ ପ୍ରେମ


ଅଧୁନା ଯୁଗରେ ସେମିତି ବନ୍ଧୁଟେ

ମିଳିଯିବା ବଡ଼ ଭାଗ୍ୟର କଥା

ଈଶ୍ୱର ସମାନ ସେ ବନ୍ଧୁର ପ୍ରାଣ

ଜଗତ ଗାଇବ ବନ୍ଧୁତ୍ୱ ଗାଥା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract