STORYMIRROR

Dr.Sashi Bhushan Mohapatra

Inspirational

3  

Dr.Sashi Bhushan Mohapatra

Inspirational

ଜଗତ୍ ଦହନଶୀଳ

ଜଗତ୍ ଦହନଶୀଳ

1 min
42


ଏ ଜଗତ୍ ଦହନଶୀଳ

ତେଣୁ ସବୁକିଛି ଜଳେ,

ମୁଁ ବି ଜଳେ!

ଜଳିବା ଏକ ଧର୍ମ

ଜଳିବାରେ ଦୁଃଖ ନାହିଁ

ଜାଣିଛି ଶେଷରେ ଜଳିବ ମୋ ଦେହ।


ଯୈାବନର ଦାହିକା ଶକ୍ତି ଅଛି ବୋଲି

ସର୍ବାଙ୍ଗରେ କାମନା ଜଳୁଛି,

ଏ ଗୋଟେ ଦେହର ଜ୍ଜ୍ୱଳନ

କାମନାର ଉହ୍ନେଇରେ

ତେଣୁ ବାସନା ଏଣେ ତେଣେ ଖେଳୁଛି।


ମନ ବି ପୋଡିଯାଏ

ଭାବନାର ଜ୍ୱଳନରେ,

ଅଗ୍ନିର ଦାହିକା ଶକ୍ତିଠାରୁ

ଭାବନାର ଦାହିକା ଶକ୍ତି ପ୍ରଖର

ଦେହ ମନ ଏକାକାର ହେଲେ

ହୁତୁ ହୁତୁ ଜଳେ ଜୀବନ।


ହୃଦୟରେ ଲାଗିଲେ ନିଆଁ 

ଜଳିଯାଏ ସଂସାର 

ସେ ନିଆଁ ଝଞ୍ଜାର

ଜାନ୍ତବ ଜ୍ୱଳନରେ

ଦେହ,ମନ, ପ୍ରାଣ

ସବୁକିଛି ଭସ୍ମୀଭୁତ ହୁଏ

ରହିଯାଏ ଯାହା କିଛି ମୁଠାଏ ପାଉଁଶ।


ସବୁକିଛି ଜଳିଯିବ ଦାହିକା ଶକ୍ତିରେ

ରହିବନି ସଂସାରେ କିଛି,

ଦେହ ମନକୁ ସମାଧିସ୍ଥ କରି

ମୁଁ ଆଜି ନିଶ୍ଚଳ ହୋଇ ବସିଛି

ଦିବ୍ୟ ଅଗ୍ନିର ବହ୍ନିରେ

କରିବାକୁ ଆଲୋକ ସ୍ନାନ,

ଆତ୍ମା ମୋର ପ୍ରଜ୍ୱଳିତ ହେଉଛି

ପରମାତ୍ମା ସହ ହେବା ପାଇଁ ଲୀନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational