STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ଜଗନ୍ନାଥ ତୁମେ ପରଂବ୍ରହ୍ମ

ଜଗନ୍ନାଥ ତୁମେ ପରଂବ୍ରହ୍ମ

1 min
294


ଅସୀମ ଅନନ୍ତ ତୁମେ ଜଗନ୍ନାଥ

ଅବର୍ଣ୍ଣନୀୟ ଅଣାକାର ବ୍ରହ୍ମ 

ଅବ୍ୟକ୍ତ ଅରୂପ ମୂଳାଧାର ତୁମେ

ତୁମେ ପରା ଦାରୁବ୍ରହ୍ମ

ହେ ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମକୁ କୋଟି ପ୍ରଣାମ

ତୁମେ ଅବତାର ପୁଣି ଅବତାରୀ

ସର୍ବକାରଣ କାରଣ

ଅସମ୍ପୂର୍ଣ୍ଣ ତୁମେ ପୁଣି ସ୍ୱୟଂସମ୍ପୂର୍ଣ୍ଣ

ପରାତ୍ପର ନିତ୍ୟ ବ୍ରହ୍ମ

ହେ ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମକୁ କୋଟି ପ୍ରଣାମ

ହେ ଜଗମୋହନ ତୁମେ ଅନୁପମ

ତୁମେ ପୁଣି ଶାଳଗ୍ରାମ

ଲୀଳାମୟ ଜ୍ୟୋତିର୍ମୟ ରସମୟ

ତୁମେ ନିର୍ଗୁଣ ସଗୁଣ

ହେ ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମକୁ କୋଟି ପ୍ରଣାମ

ରହସ୍ୟମୟ ହେ ତୁମେ ତ ବିସ୍ମୟ

ଦିପ୍ତିମୟ ଶୂନ୍ୟବ୍ରହ୍ମ

ନିତ୍ୟ ଅନିତ୍ୟ ସତ୍ୟ ସନାତନ

ତୁମେ ସତ୍ୟ ନାରାୟଣ

ହେ ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମକୁ କୋଟି ପ୍ରଣାମ

ଓଁକାର ଧ୍ୱନିର ତୁମେ ହିଁ ପ୍ରତୀକ

ଦିବ୍ୟଜ୍ୟୋତି ଦିବ୍ୟବ୍ରହ୍ମ

ଗୀତା ଭାଗବତ ତୁମେ ରାମାୟଣ

ତୁମେ ପୁଣି ନାଭିବ୍ରହ୍ମ

ହେ ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମକୁ କୋଟି ପ୍ରଣାମ

ତୁମେ ନିରାକାର ପୁଣି ନିର୍ବିକାର

ତୁମେ ପରା ନିରଞ୍ଜନ

ସୁକ୍ଷ୍ମରୁ ସୁକ୍ଷ୍ମତର ପୁଣି ତୁମେ

ତୁମେ ହିଁ ଅଦୃଶ୍ୟ ବ୍ରହ୍ମ

ହେ ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମକୁ କୋଟି ପ୍ରଣାମ

ଚତୁର୍ବେଦ ତୁମେ ପରମ ଈଶ୍ୱର

ପରମାତ୍ମା ପୂର୍ଣ୍ଣବ୍ରହ୍ମ

ତୁମେ ଅଖିଳର ତୁମେ ନିଖିଳର

ତୁମେ ପୁଣି ମହାଶୂନ୍ୟ

ହେ ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମକୁ କୋଟି ପ୍ରଣାମ

ତୁମେ ମନ ମନ୍ଦିରେ ମୃଦୁ ଗୁଞ୍ଜରଣ

ତୁମେ ପୁଣି ଦିବ୍ୟ ଜ୍ଞାନ

ଶାନ୍ତିଦୂତ ତୁମେ ତୁମେ ଅଦ୍ୱିତୀୟ

ତୁମେ ପୁଣି ନାଦବ୍ରହ୍ମ

ହେ ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମକୁ କୋଟି ପ୍ରଣାମ

ବ୍ୟାପ୍ତ ଚରାଚର ସଚରାଚର

ତୁମେ ହିଁ ସାକାର ବ୍ରହ୍ମ

ଅନାଦି ଅଖିଳ ଅନନ୍ତଶାୟୀ ହେ

ବାରେ ମନସ୍କାମ କର ପୂର୍ଣ୍ଣ

ହେ ଜଗନ୍ନାଥ ତୁମେ ପରଂବ୍ରହ୍ମ

ତୁମକୁ କୋଟି ପ୍ରଣାମ

ତୁମକୁ କୋଟି ପ୍ରଣାମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational