STORYMIRROR

Pratima Satpathy

Classics

3  

Pratima Satpathy

Classics

ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ

ଜଗନ୍ନାଥ ଙ୍କ ନାଗାର୍ଜୁନ ବେଶ

1 min
143


ପଞ୍ଚକ ଯେ ବର୍ଷ ପଡେ ଛଅଦିନ

    ହୁଏ ନାଗାର୍ଜୁନ ବେଶ

ଅତ୍ୟନ୍ତ ଦୁର୍ଲ୍ଲଭ ଅଟଇ ଏ ବେଶ

    ଦେଖିଲେ ମନ ହରଷ ।


ଧନୁର୍ଦ୍ଧାରୀ ଅର୍ଜୁନ ଓ ବାସୁକୀ ପୁତ୍ରୀ

     ନାଗବାଳୀ ଙ୍କର ପୁତ୍ର

ନାଗ ଓ ଅର୍ଜୁନ ମିଶି ନାଗାର୍ଜୁନ

    ହେଲା ଜଗତେ ବିଖ୍ୟାତ ।


ପଣ୍ଡୁ ରାଜାଙ୍କର ଶ୍ରାଦ୍ଧ ପାଇଁ ଗଣ୍ଡା

    ପାଇଲେ ନାହିଁ ଅର୍ଜୁନ

ହିମାଳୟେ ଶିବ ପାର୍ବତୀଙ୍କ ଗଣ୍ଡା

    ଜଗିଥିଲେ ନାଗାର୍ଜୁନ ।


ସେହି ଗଣ୍ଡା ପାଇଁ ନାଗାର୍ଜୁନ ମାରି

    ଦେଇଥିଲା ଅର୍ଜୁନଙ୍କୁ

ବଞ୍ଚାଇବା ପାଇଁ, ଦେବତା ମାନେ ଯେ

    କହିଲେ ସୂର୍ଯ୍ୟ ଦେବଙ୍କୁ ।


ଅମୃତ ଦେବା ନିୟମ ପାଇଁ ପ୍ରଭୁ

    ମଳ ଦିନ ସୃଷ୍ଟି କଲେ

ବଞ୍ଚି ଉଠିଲେ ଯେ ବୀର ଫାଲଗୁନି

    ସମସ୍ତେ ଆନନ୍ଦ ହେଲେ ।


ଅର୍ଜୁନ କିନ୍ତୁ ଯେ ସନ୍ତୁଷ୍ଟ ନ ଥିଲେ

    ବୁଝାଇଥିଲେ ଶ୍ରୀକୃଷ୍ଣ

ତୁମ ପୁତ୍ର ହାତେ ପରାଜିତ ହେଲ

    କାହିଁ ପାଇଁ ଅସନ୍ତୁଷ୍ଟ ।


ଅବୁଝା ଅର୍ଜୁନ ନ ବୁଝିଲେ ଯେଣୁ

   ବୁଝାଇଲେ ନାରାୟଣ

ତୁମ ପୁତ୍ର ରୂପେ ଜନମିଛି ମୁହିଁ

    ଦୁଃଖ କର ନାହିଁ. ମନ।


 ତୁମେ ଯେବେ ସେହି ଛୋଟ ନାଗାର୍ଜୁନ

   ଦେଖା ତୁମ ସେହି ରୂପ

ଅର୍ଜୁନଙ୍କ ବାକ୍ୟେ ପ୍ରଭୁ ନାରାୟଣ 

    ହେଲେ ନାଗାର୍ଜୁନ ବେଶ ।


ଷୋଳ କଳାର ପ୍ରତୀକ ଷୋଳ ଅସ୍ତ୍ର

    ଧରିଥାନ୍ତି ନାରାୟଣ

ଅର୍ଜୁନ ଙ୍କ ଧନୁ, ଢାଲ, ତରବାରି

    ନାଗା ବାଦ୍ୟ ବାଜେ ଜାଣ।


 ଶୌର୍ଯ୍ୟ, ବୀର୍ଯ୍ୟ ଧନୁର୍ଦ୍ଧାରି ବେଶ ଧରି

    ଥାନ୍ତି ପ୍ରଭୁ ଜଗନ୍ନାଥ

ସୁନା ଶ୍ରୀପୟର, ଶ୍ରିଭୁଜରେ ଶୋଭା

    ରୁପା ଶଙ୍ଖ, ସୁନା ଚକ୍ର ।


ବ୍ୟାଘ୍ର ଛାଲ ସମ ବସ୍ତ୍ର ପିନ୍ଧିଥାନ୍ତି

    ଟୋପର ଓ ବଡ଼ ଫୁଲ

ପ୍ରଭୁ ବଳଭଦ୍ର ଶ୍ରୀହସ୍ତରେ ଶୋଭା

    ଦିଶଇ ହଳ ମୁଷଳ ।


ଅବକାଶ ନୀତି ପରେ ସିଂହାସନେ

   ହୋଇଥାନ୍ତି ଏହି ବେଶ

ସିଂହାରି, ଖୁଣ୍ଟିଆ, ସେବକ ମାନେ ଯେ

    ଏ ବେଶ ଦେଇଥାନ୍ତିତ ।


ବାଘନଖିମାଳି, ହରିଡ଼ା ମାଳି ଓ

    ପଦ୍ମ ମାଳି ଶୋଭା ପାଏ

ଜଟା ଜୁଟ, ଦାଢ଼ି, ନିଶ ସହିତରେ

   ଯୋଦ୍ଧା ବେଶେ ସଜା ଯାଏ।


ନାଗାର୍ଜୁନ ବେଶ ଅତିହିଁ ଦୁର୍ଲ୍ଲଭ

   ବେଶ ଅଟେ ପ୍ରଭୁଙ୍କର

ଏ ବେଶ ଦେଖିଲେ ସଂସାର ସାଗରୁ

    ମୁକ୍ତି ପାଇଥାନ୍ତି ନର ।


Rate this content
Log in

Similar oriya poem from Classics