ଜୟ ମୋ ଭାରତ ଜୟ
ଜୟ ମୋ ଭାରତ ଜୟ


ମୋ ଦେଶ ଭାରତ ଜଗତେ ବିଖ୍ୟାତ
ସର୍ବ ଧର୍ମ ସମନ୍ଵୟ
ସବୁ ଧର୍ମ ଏଠି ସମାନ ଅଟଇ
ସମସ୍ତେ ତା ପୁଅ ଝିଅ ।
ଶିରେ ହିମାଳୟ ମୁକୁଟ ଶୋଭଇ
ଆହା କେତେ ମନୋହର
ନୀଳଆକାଶ ଯା ଅଧର ଚୁମ୍ବଇ
ଚରଣ ଧୁଏ ସାଗର ।
ବିନ୍ଧ୍ୟ, ହିମାଚଳ, ଯମୁନା,ଓ ଗଙ୍ଗା
ରହିଛି ଯାର ଗର୍ଭରେ
ସୁନ୍ଦର ସୁଷମା ରୂପେ ଅନୁପମା
ମୋର ଏ ଜନ୍ମଭୂମିରେ ।
କେତେସୁର,ବୀର, ଜନମି ତା କୋଳେ
ରଚିଗଲେ ଇତିହାସ
ସତୀନାରୀ, ଆଉ ବିରାଙ୍ଗନା ମାନେ
ଦେଇଛନ୍ତି ଯୁଦ୍ଧେ ଝାସ ।
ରତ୍ନଗର୍ଭାଏଇ ମାଆ ମାଟି କୋଳେ
&
nbsp; ରତ୍ନ ରହିଅଛି ପୂରି
ଜଗତର ନାଥ ପ୍ରଭୁ ଜଗନ୍ନାଥ
ଦିଅନ୍ତି ଆଶିଷ ବାରି ।
ମାତୃଭୂମି ମୋର ଚୀର ବନ୍ଦନୀୟା
କମନୀୟ କାନ୍ତି ତାର
ଫୁଲ ଫଳେ ଭରା ଗଛ ଲତା ସବୁ
ଶୋଭା ବଢାଏ ତାହାର ।
ପାଣି ପବନ ରେ ଅମୃତ ଭରିଛି
ତା କୋଳ ସରଗ ପୁର
ନିଜକୁ ଆଜି ମୁଁ ଗର୍ବିତ ମଣୁଛି
ଜନ୍ମି ତାହାରି କୋଳର।
ପ୍ରଭୂ ଜଗନ୍ନାଥ ଟେକି ଶାନ୍ତି ହାତ
ଦିଅନ୍ତୁ ଯେ ଆଶୀର୍ବାଦ
ଅତୁଟ ରହୁ ମୋ ଅଖଣ୍ଡ ଭାରତ
ଘୁଞ୍ଚିଣ ଯାଉ ବିପଦ ।
ଚାରିପଟେ ଶତ୍ରୁ ଅଗ୍ନିଶିଖା ପରି
ଦେଖାଉଣ ଛନ୍ତି ଭୟ
ସତ୍ୟ, ଧର୍ମ, ତ୍ୟାଗ ପୁରିଛି ଏଠାରେ
ଜୟ ମୋ ଭାରତ ଜୟ।