ଜଗନ୍ନାଥ ଜଣାଣ
ଜଗନ୍ନାଥ ଜଣାଣ
ମୁଁ ମୁକତି ମାଗୁନି ହରି
ଅସୁଥିବି ଯାଉଥିବି
ତବ ମୁଖ ଚାହୁଁଥିବି
ପାଉଥିବି ଶ୍ରୀ ଚରଣ ଧୂଳି ।
ଗୁନ୍ଥିବି ମଲ୍ଲୀ ତରାଟ ମାଳ
ଦୟଣା ତୁଳସୀ ମାଳ
ଖଞ୍ଜି ଦୁର୍ଲଭା କେରୀ କେରୀ ।
ଚନ୍ଦନ କର୍ପୁର ଦେଇ
ତାମ୍ବୁଳ ଖଞ୍ଜିବି ନେଇ
ରଞ୍ଜିବାକୁ ହୃଦୟ ତୁମରି।
ତୁଣ୍ଡେ ଗାଉଥିବି ଗୀତ
ମୁଣ୍ଡେ ଯୋଡି ବେନି ହାତ
ଭାବେ ଅଶ୍ରୁ ଯାଉଥିବ ଝରି ।
ନନ୍ଦିଘୋଷ ଆଗେ ରହି
ମୁଖେ ରାମ ନାମ କହି
ହାତେ ରଥ ରଜ୍ଜୁ ଥିବି ଧରି।
ମାଗୁଣି ହେ ଜଗଦୀଶ
କରିବ ନାହିଁ ନିରାଶ
ନିରୀମାଖୀ ଅଟେ ମୁହିଁ ହେ।
