STORYMIRROR

Himalini Hota

Inspirational

3  

Himalini Hota

Inspirational

ଜଗନ୍ନାଥ ଜଣାଣ

ଜଗନ୍ନାଥ ଜଣାଣ

1 min
188

ମୁଁ ମୁକତି ମାଗୁନି ହରି

ଅସୁଥିବି ଯାଉଥିବି

ତବ ମୁଖ ଚାହୁଁଥିବି

ପାଉଥିବି ଶ୍ରୀ ଚରଣ ଧୂଳି ।

ଗୁନ୍ଥିବି ମଲ୍ଲୀ ତରାଟ ମାଳ

ଦୟଣା ତୁଳସୀ ମାଳ

ଖଞ୍ଜି ଦୁର୍ଲଭା କେରୀ କେରୀ ।

ଚନ୍ଦନ କର୍ପୁର ଦେଇ

ତାମ୍ବୁଳ ଖଞ୍ଜିବି ନେଇ

ରଞ୍ଜିବାକୁ ହୃଦୟ ତୁମରି।

ତୁଣ୍ଡେ ଗାଉଥିବି ଗୀତ

ମୁଣ୍ଡେ ଯୋଡି ବେନି ହାତ

ଭାବେ ଅଶ୍ରୁ ଯାଉଥିବ ଝରି ।

ନନ୍ଦିଘୋଷ ଆଗେ ରହି

ମୁଖେ ରାମ ନାମ କହି

ହାତେ ରଥ ରଜ୍ଜୁ ଥିବି ଧରି।

ମାଗୁଣି ହେ ଜଗଦୀଶ

କରିବ ନାହିଁ ନିରାଶ

ନିରୀମାଖୀ ଅଟେ ମୁହିଁ ହେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational