Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କବିତା ସୃଜନୀ ସ୍ୱରଚିତ ଲେଖା

Romance Others

4  

କବିତା ସୃଜନୀ ସ୍ୱରଚିତ ଲେଖା

Romance Others

ଜଗିଛି ତୋହରି ପଥ

ଜଗିଛି ତୋହରି ପଥ

1 min
153



ଭଲପାଏ ବୋଲି ତୋ ପଥ ଜଗିଛି

    ଆସିବୁକି ନାହିଁ ଜାଣିନି

ଜଗିଛି ତୋ ପାଇଁ ବରଷ ବରଷ

     ଏପର୍ଯ୍ୟନ୍ତ ମୁହିଁ ଥକିନି |


ଫେରିଯିବୁ ବୋଲି ମନେ ମୁଁ ଭାବିଛି

    ଫେରିବୁ କି ନାହିଁ ଜାଣିନି

ତୁହି ଗଲା ଠାରୁ ମୋ ଠାରୁ ଦୂରେଇ 

   ଆନନ୍ଦ କେବେ ମୁଁ ଭୋଗିନି |


କେଉଁଠି ରହିଛୁ ମୋ ଶାରୀ ପ୍ରେମିକା

    କେଉଁଠି କରିଅଛୁ ବାସ

ତୋ ପାଇଁ ଖୋଜୁଛି ମୋ ମନ ଶୁଆଟି

    ପାଇବାକୁ ତୋହରି ବାସ |


ଭଲପାଏ ତୋତେ ହୃଦୟରୁ ମୋର

   ତୁ ଭଲପାଉ କି ନା ଜାଣିନି 

ତୋ ପାଇଁ ପାଳିବି ସଦା ପ୍ରେମଦିନ

   ତୁ ପାଳୁଥାଉ କି ନା ଜାଣିନି ||



Rate this content
Log in

Similar oriya poem from Romance