Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Abstract

4  

Bijay Prusty

Abstract

ଜଗବନ୍ଧୁ ହେ ଗୋସେଇଁ

ଜଗବନ୍ଧୁ ହେ ଗୋସେଇଁ

1 min
277


ତୁମେ ଲୀଳାମୟ କରୁଣା ସାଗର

ଶ୍ରୀକ୍ଷେତ୍ରେ ହୋଇଛ ବିଜେ

ତୁମେ ମହାବାହୁ ତୁମରି ଦୟାରେ

ମନରୁ କାଳିମା ହଜେ I


ପ୍ରତିଯୁଗେ ତୁମେ ଏ ଧରାଧାମରେ

ପ୍ରକାଶିଛ ତୁମ ଲୀଳା

ରାମ ହୋଇ ତୁମେ ରାବଣ ମାରିଛ

କଂସଅରି ନନ୍ଦବାଳା I


ତୁମରି ନିର୍ଦ୍ଦେଶେ ସୂର୍ଯ୍ୟ ଚନ୍ଦ୍ର ନିତି

ହେଉଛନ୍ତି ଆତଯାତ

ପାଖ ମାଡେନାହିଁ ଦୁଃଖର ଲହଡି

ଧରିଥିଲେ ତୁମ ହାତ I


ଆଖିରେ ତୁମର ଆଖି ମିଶିଗଲେ

ମିଳିଯାଏ ତୁମ ଦୟା

ଟିକିଏ ଭକ୍ତିରେ ନେଲେ ତୁମ ନାମ

କଟେ ସଂସାରର ମାୟା I


ତୁମେ ଜଗନ୍ନାଥ ଜଗତର ନାଥ

ତୁମ ନାମେ ଦିନ ହୁଏ

ତୁମ ସ୍ମରଣରେ ଅନ୍ତରାତ୍ମା ମୋର

ପୁଲକିତ ହୋଇଯାଏ I


ମୋ ଅନ୍ତରେ ପ୍ରଭୁ ଭକ୍ତିଭାବ ଦେବ

ଲୋଡାନାହିଁ କିଛି ଆଉ

ତୁମରି କରୁଣା କରିବନି ଉଣା

ଶ୍ରୀଚରଣେ ମନ ଥାଉ I

    


Rate this content
Log in

Similar oriya poem from Abstract