STORYMIRROR

Anupama Sahu

Classics

3  

Anupama Sahu

Classics

ଜଗାରେ

ଜଗାରେ

1 min
251

କେଉଁ ନାମ ଧରି  ଡାକିବି ଜଗାରେ 

    ତୁହି ପରା ସର୍ବ ନାମ 

କି କାମନା ରଖି  ପୂଜିବି ତୋତେରେ 

    ଲକ୍ଷ୍ୟ ମୋ ଶ୍ରୀକ୍ଷେତ୍ର ଧାମ। ୧।

କେଉଁ ମନ୍ତ୍ର ଧ୍ୱନି  ତୁଣ୍ଡେ ଉଚ୍ଚାରିବି 

    କରିିିବା ପାଇଁ ବନ୍ଦନା 

ଚର୍ତୁବେଦ ଯେ  ତୋ ମୁୁୁଖୁୁ ନିସୃତ 

     ପାରିନି କରି ସାଧନା। ୨।

କେଉଁ ସ୍ୱରେ ଅବା  ଭଜନ ଗାଇବି

     କରିବାକୁ ମନ ତୋଷ 

ତୋ ମୂରଲୀ ସ୍ୱନ  ଶୁଣି ସର୍ବ ଜନ 

     ଆନନ୍ଦେ ହୁଅନ୍ତି ବଶ। ୩।

କେଉଁ ପୁଷ୍ପ ଦେଇ  ଚରଣ ପୂଜିବି 

    ତୋର ତ ପଦ୍ମ ପୟର 

କେଉଁ ବାସ ନେଇ  ଶ୍ରୀଅଙ୍ଗେ ଲେପିବି 

     ଅଙ୍ଗ ବାସୁଛି ଅଗୁର। ୪।

କେଉଁ ପ୍ରୀତି ଭାବେ    ଭାବ ମୁଁ କରିବି

    ପାଇବି ସାନ୍ନିଧ୍ୟ ତୁମ 

ତୋ ମନ,ହୃଦୟେ   ସବୁଠି ପୁରିଛି 

    ରାଧିକା ରାଣୀର ପ୍ରେମ। ୫।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics