STORYMIRROR

Debabrata Mishra

Abstract Action Inspirational

4  

Debabrata Mishra

Abstract Action Inspirational

ଜଗା କାନ୍ଦୁଛି

ଜଗା କାନ୍ଦୁଛି

1 min
194


ତା'ର ହାତତିଆରି ପ୍ରକୃତି ଆଜି ଛିନ୍ନଭିନ୍ନ ଛଟପଟ

କପଟ-ଲୋଭର ବିଷ ଭରିଛି ଜୀଗଜଗତର ରଙ୍ଗେ

ମାନବତାର ଧର୍ମ ରାକ୍ଷସ ଆଡ଼କୁ ଗତି ତୀବ୍ର ବେଗେ, 


ଅନୁଚିତ ଅନ୍ୟାୟ ଆଜି ନ୍ୟାୟର ଖାତାରେ ଲେଖା

ଗାଦି-କ୍ଷମତାର ଲାଳସା ଯୌବନର ଅର୍ଥହୀନ ନିଶା

ସମ୍ପତ୍ତି ଠୁଳକରି ଅୟସ ଆରାମର ହୀନ ଅଭିଳାଷା, 


ଏହି ଜୀବନ ସାର୍ଥକ କରିବାର ନାହିଁ କା'ର ଅଭିପ୍ରାୟ

ବିଲୟ ହେଉଛି ଦୟା କ୍ଷମା କରୁଣାର ସୁସ୍ଥ ଭାବନା

ଚାରିଆଡେ ବାତାବରଣ ଦ୍ୱନ୍ଦର ନାହିଁ ପ୍ରଭୁ କାମନା, 


ଜଗା ଗଡ଼ାଉଛି ଲୁହ ମଣିଷର ନାହିଁ ଭକ୍ତିଭାବ ମୋହ

ମାନବିକ ମୂଲ୍ଯବୋଧ ସ୍ୱାର୍ଥର ମଶାଣିରେ ଯାଏ ଜଳି

ଏକ ଦୌଡ଼ ଭୟଙ୍କର ଜୀବନ ଆଡ଼କୁ ନା ମରଣ ଗଳି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract