STORYMIRROR

Anita Jena

Abstract Children

4  

Anita Jena

Abstract Children

ଜେଜେଙ୍କ ଉପଦେଶ

ଜେଜେଙ୍କ ଉପଦେଶ

1 min
214


ବହି ବସ୍ତାନି ଧରି ଆସିଲା କାହ୍ନା 

    ପାଠ ପଢ଼ିବ ବୋଲି,

ଏତିକି ବେଳେ ଧପ୍ କିନା 

     ବିଜୁଳି ଗଲା ଚାଲି । 


ପାଖରେ ତାର ନ ଥିଲେ କେହି

     ଭୟରେ ଛାଡ଼ିଲା ରଡ଼ି,

ଧାଇଁ ଆସିଲେ ଜେଜେ ତାର

     ହାତରେ ଧରି ବାଡ଼ି ।


କହିଲା କାହ୍ନା ପାଖେ ଆସ ଜେଜେ

      ଅନ୍ଧାରେ ଲାଗୁଛି ଡର,

ଆଜି ହିଁ ବୋଉକୁ ଯିବାର 

    ଥିଲା ମାଉସୀ ଘର । । 


କହିଲେ ଜେଜେ ରହରେ ନାତିଆ

     ଛାନିଆ କିଆଁ ହେଉ,

ମରଦ ପିଲା ପରା ତୁହି 

    ଅନ୍ଧାର ରେ କିଆଁ ଥରୁ ।


ହାତ ଧରି ମୋର ଚାଲିଆସେ

    ଯିବା ଆର ପଟ ଘରକୁ,

ଥାକରେ ଅଛି ଚାର୍ଜ ଲାଇଟ୍ 

  ଅନଲାଇନ୍ ରେ ମଗେଇ ଥିଲା ଯାହାକୁ । 


କହୁଛି କାହ୍ନା ଜାଣି ନାହଁ ବୋଧେ ଜେଜେ

     ସେଇଟା ଆଉ ଜଳୁ ନାହିଁ

କୁହନ୍ତି ଜେଜେ ଚାଇନା ଜିନିଷ

   କିଣ ହେ କଣ ପାଇଁ । 


ଆମ କାଳରେ ଲଣ୍ଠନ ପରା

    ଧିମା ଧିମା ସିନା ଜଳେ,

ସେଇ ଆଲୁଅ ରେ ପାଠ ପଢ଼ୁ ଥିଲୁ

     ଆମେ ସଂଜ ବେଳେ ।


ଆ ରେ ନାତିଆ ଲଣ୍ଠନଟା 

    ଦେବା ପୋଛି,

 ଲଗେଇ ତାକୁ ପାଠ ପଢ଼ିବୁ

      ନ କରି ହେଳା ତୁହି ।


ବଡ଼ ବଡ଼ ଲାଇଟ୍ ଥିଲେ

      କି ଅବା ହେବ ଲାଭ,

ବିଜୁଳି ଗଲେ ଲଣ୍ଠନ ଟିଏ

      ଦିଏ ପରା ଆଲୁଅ ।


କହିଲା କାହ୍ନା ବାପାଙ୍କୁ କହି

     ଆଣିବି ଏକ ନୂଆ ଲଣ୍ଠନ,

ବିଜୁଳି ଗଲେ ଚିନ୍ତା ନ ଥିବ

    ସଦା ପଢାରେ ରହିବ ମନ ।


Rate this content
Log in

Similar oriya poem from Abstract