ଜେଜେଙ୍କ କବିତା
ଜେଜେଙ୍କ କବିତା
ଓଃ ମାଇଁ ଡିଅର ମୋ କଥାକୁ କର ହିଅର
ଜୀବନଟା ମୋର ଦୁଃଖର ସାଗର
ବୁଲେ ହୋଇ ଏବେ ବେକାର
ଭାବିଲି ହେବି ମୁଁ ପୋଏଟ
ନ ପାରିଲି ଲେଖି ସୁଇଟେଷ୍ଟ
କଲମ ଧରି ମୁଁ ବସିଲି ଟିକେ
କିନ୍ତୁ କଳ୍ପନାରେ କିଛି ନ ଯୁଟେ
ଓଃ ମାଷ୍ଟର କଳ୍ପନା ହେଲା ସବୁ ଚୁରମାର
ଘରଭଡା ବାଲା ଦୁଆରେ ଡାକିଲା
ହେଲି ମୁଁ ହରବର ଓଃ ମାଇଁ ଡିଅର
ଦେଖିଲି ଦିନେ ମୁଁ ଫାଇନ୍ ଜେଣ୍ଟେଲ ମ୍ୟାନ୍
କହିଲି ବାବୁ ମୁଁ ଭେରି ପୋର ମ୍ୟାନ୍
ରଖିଲେ ବାବୁ ମୋତେ କରି ପିଅନ
ସରିଲା ମୁଁ ଦେଖୁଥିବା ସବୁ ସ୍ବପ୍ନ ।
