STORYMIRROR

Bauribandhu Lenka

Tragedy

5.0  

Bauribandhu Lenka

Tragedy

ଜେଜେମା ଓ ହଳଦୀ କାଠୁଆ

ଜେଜେମା ଓ ହଳଦୀ କାଠୁଆ

1 min
13.8K


ମନେପଡେ ପିଲାବେଳ।

ଜେଜେ-ମାଆଙ୍କର ହଳଦୀ କାଠୁଆ

ସାଙ୍ଗକୁ ନଡିଆ ତେଲ॥


ଖରାଦିନେ —

ଯେବେ ହୋଇଯାଏ ସଂଜବେଳ।

ଅଗଣାରେ ଖଣ୍ଡେ ମସିଣା ବିଛାଇ

ଆମେ ସବୁ ଯେତେ ଭାଇ ଓ ଭଉଣୀ

ବସୁ ହୋଇ ଏକମେଳ॥


ଜେଜେମା ଆସି କହନ୍ତି—

ଏ.....କି ଗରମ ଗୁଳୁଗୁଳି ?

ଛୁଆ ଗୁଡାକ ମୋ ପଡିଅଛନ୍ତି ଝାଉଁଳି॥


ନଡିଆତେଲକୁ ହଳଦୀରେ ଦେଇ ଢାଳି,

ଗୋଳାଗୋଳି କରି ଆମ ସମସ୍ତଙ୍କ

ଦେହରେ ଦିଅନ୍ତି ବୋଳି॥


ସୁଖିଗଲା ପରେ ଦେହ ଗୋଡ ହାତ ଘଷି।

ଛଡାଇ ଦିଅନ୍ତି ମଳୁକୁଟି ସବୁ

ପିଠିକୁ ଆମ ଆଉଁଶି॥


ଥଣ୍ଡା ଲାଗେ ଆମ ଦେହ।

ଖାଇପିଇ ଆମେ ଗଡିଯାଉ ସେଠି

ନଥାଏ ମଶାଙ୍କ ଭୟ॥


ସମୟ ଯାଇଛି ବିତି।

ସଂଖ୍ୟାରେ କମ୍ ହୋଇଥିଲେ ମଧ୍ୟ

ଆଜି ଅଛନ୍ତି ନାତୁଣୀ ନାତି,

ହେଲେ ଭାଗ୍ୟର ଏ ବିଡମ୍ବନା

ଜେଜେ ମାଆ ତାଙ୍କ ପାଖରେ

ରହୁ ନାହାନ୍ତି॥


ଆଜି ହଳଦି କାଠୁଆ ସ୍ୱପ୍ନ

ହଳଦୀ ତେଲକୁ କିଏ ପଚାରୁଛି

ଆଧୁନିକ ପ୍ରସାଧନ॥


ଆଉ ନାହିଁ ସେ ଘର ଅଗଣା

ନାହିଁ ଆଉ ନାତି ନାତୁଣୀଙ୍କ ମଜ୍ଜା

ନାହିଁ ସେ ସପ ମସିଣା॥

******


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy