STORYMIRROR

Sambit Srikumar

Inspirational

3  

Sambit Srikumar

Inspirational

ଜଡ଼ତା

ଜଡ଼ତା

1 min
161


ମନଠୁଁ ମନର ଅଲ୍ଲଂଘନୀୟ ଦୂରତ୍ୱ

ହାତଗଣତି ଯନ୍ତ୍ରର ଅଖଣ୍ଡ ରାଜତ୍ୱ

ଲୁପ୍ତପ୍ରାୟ ଆମର ମାନବୀୟ ପ୍ରବୃତ୍ତି

ଗ୍ରାସିଛି ଯାନ୍ତ୍ରିକ ଜଡ଼ତାର ଅପସଂସ୍କୃତି।

ନିଜକୁ ଶ୍ରେଷ୍ଠ ବୋଲାଇବାର ପ୍ରତିସ୍ପର୍ଦ୍ଧା

ଧନ ଯୌବନ ପ୍ରଭୁତ୍ୱର ନଭଶ୍ଚୁମ୍ବୀ ଅହମିକା

ବିଜ୍ଞ ମଣିଷକୁ ବନେଇ ଦେଇଛି ଆଜି ପଶୁ

ସବୁ ଅଳିକ ଜାଣିବି ଅନଳେ ଆପଣାକୁ ଝାସୁ।

ଆଧୁନିକତାର ଦ୍ୱାହି ଦେଇ ଭୁଲିଛୁ ପରମ୍ପରା 

ସ୍ୱଧର୍ମ ସ୍ୱଧ୍ୟାୟ ଆଜି ହୋଇଛି ଆମର ପାଶୋରା 

ପରଦିଅଁ ପୂଜିବାରେ ଆମର ଅପାର ଆନନ୍ଦ 

ହେଳାରେ ବେଖବର ଆମକୁ ଆମର ଭଲ ମନ୍ଦ।

ସଭ୍ୟତାର ପ୍ରଗତି ଆଳରେ ପୀଢ଼ି ପରେ ପୀଢ଼ି 

ଧ୍ୱଂସ ପଥରେ ଆଗକୁ ଆଗକୁ ଚାଲିଛୁ ବଢି଼ 

ବାରେ ପଛକୁ ଫେରି ଚାହିଁବାର ରାହା ନଦିଶଇ 

ସୁଖ ମଣି ଦୁଃଖର ବାରୁଦ ଗଦାରେ ଯାଇଛୁ ଶୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational