STORYMIRROR

Dhirendra Kumar Pradhan

Inspirational

3  

Dhirendra Kumar Pradhan

Inspirational

ଜବାନ ତୁମକୁ ସଲାମ୍

ଜବାନ ତୁମକୁ ସଲାମ୍

1 min
13.6K


ମରଣ ବରଣ କରି ସେ ଜବାନ

ଦେଖାଇଲା ଦେଶପ୍ରେମ

ପଥର ମାରନ୍ତି ଯେଉଁମାନେ ସେଠି

ମୃତ ତାଙ୍କ ସ୍ବାଭିମାନ ।

ଆତଙ୍କବାଦୀ ର ଆତଙ୍କ ହଟିବ

ହେବ ଶାନ୍ତି ର ସ୍ଥାପନ

ଶାନ୍ତ ସମୁଦ୍ର ଟା ଅଶାନ୍ତ ହୋଇଲେ

ଆସେ ସୁନାମୀ ତୋଫାନ ।

ଶାନ୍ତି ମୈତ୍ରୀ ବାର୍ତ୍ତା ବୁଝି ନ ପାରଇ

ବୁଝେ ସେ ଗୁଳିର ଭାଷା

ଭାରତ ଦେଶରେ ଅଭିନ୍ନ କାଶ୍ମୀର

ଛାଡିଦିଅ ସବୁ ଆଶା। ।।

ଦେଶ ପ୍ରେମୀ ଏଠି ଅଛନ୍ତି ଜାଣିକି

ଥରହର ପାକିସ୍ତାନ

ଭୀରୁ କାପୁରୁଷ ନପୁଂସକଗଣ

ପଛୁ କର ଆକ୍ରମଣ

ମହାରୁଦ୍ର ସାଜି ଆମର ସୈନିକ

କରିବେ ଶତ୍ରୁ ନିପାତ

ଦେଶଦ୍ରୋହୀ ଯେତେ ଆଉ କ୍ଷମାନାହିଁ

ଜଳିବ ସବୁ ଜୀବନ୍ତ। ।।।।।।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational