ଜ୍ବାଇଁ ଡାକରା
ଜ୍ବାଇଁ ଡାକରା
ଜୋଇଁ ଯାଇଥିଲା ଶ୍ଵଶୁର ଘର
ନୂଆ ବାହାଘର ହୋଇଛି ତାର
ପାଇ, ଶ୍ବଶୁରଙ୍କ ନିମନ୍ତ୍ରଣ
ଶୀତରେ ଗୋଇଠି ଯାଇଛି ତା ଫାଟି
କୋଉଠି ଲାଗୁନି ମନ ।।
ପହଞ୍ଚୁ ପହଞ୍ଚୁ ଶାଳୀଟା ତାର
ହାତେ ଢାଳ ଧରି ହେଲା ହାଜର
ଲଙ୍କା ଗୁଣ୍ଡ ଜଳେ ଗୋଳି
ଧୋଇଦେଲା ଗୋଡ଼ ଶାଳିଟା ତାହାର
ପୋଡ଼ା ଜଳା ହେଲା ଖାଲି ।।
ଲଜ୍ଜାରେ ଜ୍ବାଇଁଟି କିଛି ନ କହି
ସବୁ କଷ୍ଟ ଧିରେ ଯାଉଛି ସହି
ଶାଳୀ ହାତ ଧରି ନିଏ
ଶାଶୁଙ୍କୁ ଓଳଗି କରିବାର ଲାଗି
ଇସାଣ ଘରକୁ ଯାଏ ।।
ଖଇଁଚି ଉପରେ ଶାଢ଼ୀ ଘୋଡେ଼ଇ
ମଣିଷ ଆକୃତି ବସିଛି ସେହି
ମୁଣ୍ଡିଆଟେ ଏଠି ମାରି
ନିଅ ଶାଶୁଙ୍କର ପାଦ ଧୂଳି ନନା
ଗେହ୍ଲେଇ କୁହଇ ଶାଳୀ ।।
ମୁଣ୍ଡିଆଟେ ମାରି ଜ୍ବାଇଁ ଅଣ୍ଡାଳେ
ପାଦଟି ଦିଶୁନି କାହିଁ ଏଠାରେ
ପାଦ ଧୂଳି ନେବା ପାଇଁ
ଭଣ୍ଡେଇ ଦେଇଛି ଶାଳୀଟି ଏଇଠି
ଦେଲା ସେ ମଫୁ ବନେଇ ।।
ବାଢ଼ି ଭାତ ଥାଳି ଡ଼ାକଇ ଶାଳୀ
ପାଣି ଭରା ଗ୍ଲାସ୍ ଓଲଟା କରି
ଭାତରେ ଦେଇଛି ପୋତି
ଗିଲାସ କାଢ଼ିବ ଭାତକୁ ଖାଇବ
ବିଗାଡି ଦେଲା ତା ମତି ।।
ଜ୍ବାଇଁ ଡାକରାଟି ଏତିକି ହେଲା
ଉଠି ସିଧା ଜ୍ବାଇଁ ଘରକୁ ଗଲା
ଭୁଲିଲା ଶ୍ଵଶୁର ଘର
ମନ ବଳାଏନି ଆସିବାକୁ ଦିନେ
କିବା ବାହା ବ୍ରତ ଘର ।।