ଜବାହରଲାଲ ନେହେରୁ
ଜବାହରଲାଲ ନେହେରୁ
ଉତ୍ତର ପ୍ରଦେଶ ଆହ୍ଲାବାଦର
କଶ୍ମିରୀ ପଣ୍ଡିତ ଘରେ
ଜନମ ଲଭିଲେ ଚାଚା ନେହେରୁ
ଅଠରଶହ ଅଣାନବେ ରେ
ନଭେମ୍ବର ଚଉଦରେ
ପିତା ମୋତିଲାଲ ମାତା ସୂରୂପ ରାଣୀ
ଖୁସି କହିଲେ ନସରେ ।
ବାରିଷ୍ଟର ପିତା କଂଗ୍ରେସ ସଭାପତି
ଦୁଇଟି ଗେହ୍ଲା ଭଉଣୀ
ଜଣେ ମହିଳା ସଭାପତି ତ ଆନ
ପୁସ୍ତକ ଲେଖିକା ପୁଣି
କେମ୍ବ୍ରିଜ ସ୍ନାତକ କରିବା ପାଇଁ (୧୯୦୭)
ପ୍ରାକୃତିକ ବିଜ୍ଞାନରେ ସ୍ନାତକ
ଗଲେ ଓକିଲାତି କରି ।
ଲଣ୍ଡନର "ଇନର ଟେମ୍ପୁଲରେ"
ଦୁଇ ବରଷ କଲେ ଓକିଲାତି
ଭାରତକୁ ଫେରି ଆହ୍ଲାବାଦରେ
ପୁଣି ଦୁଇ ବର୍ଷ ଓକିଲାତି
ମହତ ଆଦର୍ଶ ନୀତି
ଅସହଯୋଗରେ ଯୋଗ ଦେଇ
ଚାଚା ଗିରଫେ କାଟିଲେ ରାତି।
ସ୍ୱାଧିନ ଭାରତ ପାଇଁ ତ ନେହେରୁ
ସଂଗ୍ରାମେ ଝାସ ଦେଇ
ଗିରଫ ହୋଇଲେ ଖଲାସ ବି ହେଲେ
ମାଟି ପାଇଁ କରି ଲଢେଇ
ଦେଶ ସ୍ୱାଧିନତା ଗଲା ହୋଇ
ସ୍ୱାଧିନ ଭାରତ ପ୍ରଥମ ପ୍ରଧାନ
ମନ୍ତ୍ରୀ ସେ ଥିଲେ ହୋଇ ।
ଛୋଟ ଶିଶୁଙ୍କ ହୃଦୟ ଭରି
ଭଲ ପାଉଥିଲେ ବୋଲି
ଭାରତ ବର୍ଷେ ତାଙ୍କରି ଜନମ
ଦିବସକୁ କେହି ନଥିଲେ ଭୁଲି
ଶିଶୁଦିବସ ନାମିତ କରି
ଖୁସିରେ ପିଲାଏ ଡାକନ୍ତି ସଭିଏଁ
ଚାଚା ନେହେରୁ ବୋଲି ।
ଆଜିର ଶିଶୁ ଯେ କାଲି ନାଗରିକ
ଗଢିବ ଦେଶକୁ ସିଏ
ତାଙ୍କରି ସୁରକ୍ଷା ପଢିବା ବଢିବା
ପାଇଁ ଚିନ୍ତିତ ଯିଏ
ଆମ ଚାଚା ନେହେରୁ ସିଏ
ସ୍ନେହ ଶ୍ରଦ୍ଧା ଓ ଭଲପାଇବାର
ଉଦାହରଣ ନାମଟିଏ।
