Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଜାତିପ୍ରାଣ ମଧୁସୂଦନ

ଜାତିପ୍ରାଣ ମଧୁସୂଦନ

1 min
175



କାଳିଆ ଘୋଡ଼ାରେ ଚଢ଼ି ମଧୁଆ ଓକିଲ

ଡାକ ଦେଲା ଓଡ଼ିଆଙ୍କୁ କିମ୍ପା ଶୋଇଗଲ l


ଉଠରେ ଉଠରେ ବାବା ଉତ୍କଳ ସନ୍ତାନ

ତୋହର ଜନନୀ ପରା କରୁଛି ରୋଦନ l


ଗଙ୍ଗାଠାରୁ ଗୋଦାବରୀ ତୋର ପୂର୍ବସୁରୀ

ଭୁଲି ଗଲୁ କିମ୍ପା ଦିନେ ଥିଲେ ଜୟ କରି l


ଉଠ ତେଜି ନିଦ୍ରା ବାରେ ଧର ଜାତି ଖଣ୍ଡା

ସ୍ୱାର୍ଥ ନତେଜିଲେ ବାବୁ ହୋଇଯିବୁ ଲଣ୍ଡା l


ଜାତି ମେଧ ଯାଗେ ଦିଅ ସ୍ୱାର୍ଥକୁ ଆହୁତି

ଗୋଟିହୋଇ କୋଟି ଡାକ ନୀଳଗିରି ପତି l


ଭୂମି କମ୍ପ ହେବ ନିଶ୍ଚେ ଧରଣୀ ଫାଟିବ

ଉଠିବେ ଜଗତ ମାତା ଜାଣ ଏହା ଧ୍ରୁବ l


ମାତା ପଦ ପୂଜା କର ଯୋଗ୍ୟସୂତ ତୁହି

ଖଣ୍ଡ ବିଖଣ୍ଡିତ ତୋର ମାତା କାନ୍ଦୁ ଥାଇ l


ଏହି ପରି କେଞ୍ଚାମାରି କେତେ କଥା କହି

ନବ ଜାଗରଣ ପ୍ରାଣେ ଥିଲା ସେ ବୁହାଇ l


ଦୀପ୍ତ ଚାହାଣି ତା ନିଶ ଶିରରେ ପଗଡ଼ି

ନେଇଗଲା ନାହିଁ କିଛି ସବୁ ଗଲା ଛାଡ଼ି l


ଓଡ଼ିଆ,ଓଡ଼ିଶା ପାଇଁ କାନ୍ଦିଲା ଯା ପ୍ରାଣ

ସେ ଅଟେ ଏ ଜାତିପ୍ରାଣ ଶ୍ରୀମଧୁସୂଦନ ।


Rate this content
Log in

Similar oriya poem from Inspirational