ଜାତୀୟ ସୁରକ୍ଷା ଦିବସ
ଜାତୀୟ ସୁରକ୍ଷା ଦିବସ
ନିରାପତ୍ତା ମନୁଷ୍ୟର ମୂଳ ଅଧିକାର,
ନିରାପଦ କାର୍ଯ୍ୟସ୍ଥଳ ନିରାପଦ ଘର,
ଯାତ୍ରାପଥ ଆଉ ସର୍ବ ସାଧାରଣ ସ୍ଥାନ,
ନିରାପଦ ହେଲେ ଟଳେ ସକଳ କଷଣ ││
ଶ୍ରମିକର ନିରାପତ୍ତା ସବୁଠାରୁ ଭାଇ,
କାର୍ଯ୍ୟସ୍ଥଳେ ଆବଶ୍ୟକ ଆମ ହିତ ପାଇଁ │
ଲହୁ ଯା’ର ଲୁହ ହୋଇ ବହିଯାଏ ସିନା
ସମାଜ ହିତରେ, ସେହୁ ଅଟେ ବିଶ୍ବକର୍ମା ││
ତା ହାତେ ଗଢଇ ସେହୁ ନୂଆ ଦ୍ରବ୍ୟ ମାନ,
ଆବଶ୍ୟକତାକୁ ଆମ କରିଣ ପୂରଣ │
ସିଏ ଯଦି ବିପର୍ଯ୍ୟସ୍ତ ହୁଏ କାର୍ଯ୍ୟସ୍ଥଳେ,
ଦୁର୍ଯୋଗ ପଡିବ ନିଶ୍ଚେ ସମାଜ ଉପରେ ││
ତେଣୁ ଭାଇମାନେ ସର୍ବେ ଶ୍ରମିକ ହିତରେ,
ନିଷ୍ଠାପର ଭାବେ କାର୍ଯ୍ୟ କରିବା ତତ୍ପରେ │
ନିରାପଦ କରି ସବୁ କାର୍ଯ୍ୟସ୍ଥଳ ମାନ,
ବୃତ୍ତିଗତ ସ୍ବାସ୍ଥ୍ଯ ପ୍ରତି ଉପଯୁକ୍ତ ଧ୍ୟାନ ││
ତା’ହେଲେ ଶ୍ରମିକ ହେବ ସୁସ୍ଥ ଓ ସବଳ,
ତା’ହେଲେ ତା ଦେହେ ମନେ ଶତସିଂହ ବଳ │
ତା’ହେଲେ ଦେବ ସେ ତା’ର ଶତ ପ୍ରତିଶତ,
ଗଢିବାକୁ ଆବଶ୍ୟକ ବସ୍ତୁଏ ପର୍ଯ୍ୟାପ୍ତ ││
ଆଉ ଦେବ ସେହୁ ଏକ ସୁସ୍ଥ ପରିବାର,
ଦେବ ସେହୁ ସମାଜକୁ ସୁସ୍ଥ ନାରୀ ନର │
ତା’ହେଲେ ସମାଜ ତା’ର ଲଭିବ ସୁଫଳ,
ପୁଲକିତ ପ୍ରାଣ ତା’ର ହୋଇବ ଚଂଚଳ ││
[ପ୍ରତି ବର୍ଷ ଭାରତରେ ୪ ମାର୍ଚ୍ଚ ଦିନ ଜାତୀୟ ସୁରକ୍ଷା ଦିବସ ପାଳନ କରାଯାଏ | ଶ୍ରମିକମାନଙ୍କୁ ଦୁର୍ଘଟଣାରୁ ରକ୍ଷାକରିବା ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ]
[ବି.ଦ୍ର. ଏହି କବିତାଟି କବିଙ୍କ ଦ୍ବାରା ସର୍ବସ୍ବତ୍ବ ସଂରକ୍ଷିତ | ପୂର୍ବରୁ ନିମ୍ନୋକ୍ତ ଅବସରରେ ଏହା ପ୍ରକାଶିତ ହୋଇଥିଲା- (୧) ତା ୦୪-୦୩-୨୦୨୧ ରିଖ (୨) ତା ୦୪-୦୩-୨୦୨୦ ରିଖ, ଇତ୍ୟାଦି | ଏଥର ଏହା କବିଙ୍କ Facebook Page ଏବଂ Blog Sites: https://shaktiprasaddas.wordpress.com; https://blog.storymirror.com (ଓଡିଆ)-ରେ ପ୍ରକାଶିତ |]
