Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Santosh Kumar Nayak

Inspirational Others Children

3  

Santosh Kumar Nayak

Inspirational Others Children

ଜାତୀୟ ପତାକାର ବାର୍ତ୍ତା

ଜାତୀୟ ପତାକାର ବାର୍ତ୍ତା

1 min
22



ଭାରତ ମାତାର କୋଳେ

ଗାନ୍ଧୀ ସୁଭାଷଙ୍କ ବଳେ

ଉଡେ ଫରଫର ଜାତୀୟ ପତାକା

ନୀଳ ଗଗନର ତଳେ।


ତିନି ରଙ୍ଗ ଆମ ଧ୍ଵଜ

କେଶର ଧଳା ସବୁଜ

ମଝିରେ ନେଳିଆ ଅଶୋକ ଚକର

ହୋଇଅଛି ସଜବାଜ।


ଉପରେ କେଶର ରଙ୍ଗ

ସୂଚାଏ ବୀରତ୍ୱ ତ୍ୟାଗ

ମାଟି ମାଆ ପାଇଁ ଜୀବନକୁ ଦେଇ

ରଖିବା ସମ୍ମାନ ଆଗ।


ଧବଳ ରଙ୍ଗର କଥା 

ସତ୍ୟ ଶାନ୍ତି ପବିତ୍ରତା

ମନ ବଚନକୁ ଏକ କଲେ ସର୍ବେ

ବଢିବ ଦେଶ ଏକତା।


ସବୁଜ ରଙ୍ଗର ବାର୍ତ୍ତା

ଶ୍ରମ ସମୃଦ୍ଧିର ଗାଥା

ବିଶ୍ବାସ ବଳରେ କାମ କଲେ ଆମେ

ହୋଇବା ଜଗତଜିତା।


ଅଶୋକ ଚକର ନୀଳ

ଦିଶଇ କେଡେ ଡଉଲ

ନ୍ୟାୟ ଧର୍ମ ପଥେ ଆଗେଇ ଚାଲିଲେ

ଛୁଇଁବା ଶିଖର ସ୍ଥଳ।



Rate this content
Log in

Similar oriya poem from Inspirational