Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

4  

Birakishore Nayak

Inspirational

ଜାତୀୟ ପତାକା ଆମର ପ୍ରତୀକ

ଜାତୀୟ ପତାକା ଆମର ପ୍ରତୀକ

1 min
341



ଜାତୀୟ ପତାକା ଆମର ପ୍ରତୀକ

       ଦେଶର ସ୍ୱରୂପ ଆଙ୍କେ,

ତ୍ରିରଙ୍ଗା ନାମରେ ଦେଶେ ପରିଚିତ

       ଗର୍ବିତେ ଐତିହ୍ୟ ଲେଖେ |

ଅତି ପ୍ରିୟ ଆମ ଜାତୀୟ ପତାକା

       ବିଶ୍ୱେ ମହକ ଖେଳାଏ,

ଗଗନେ ପବନେ ଫରଫର ଉଡି

       ଦେଶ ଜାତି ସୌର୍ଯ୍ୟ ଗାଏ |

ଉପରେ ନାରଙ୍ଗୀ ତଳେ ଘନ ନୀଳ

       ମଝିରେ ଧବଳ ରଙ୍ଗ,

ମଝିରେ ଶୋଭଇ ଅଶୋକ ଚକ୍ର ଯେ

       ଭରିଛି ମୈତ୍ରୀର ରାଗ |

ଆମ ଵୀରତ୍ୱର ଯଶ ଗାଏ ଉଡି

       ବିଶ୍ୱେ ଦିଏ ଶାନ୍ତି ବାର୍ତ୍ତା,

ସବୁ ଧରମର ପ୍ରତୀକ ସିଏ ଯେ

       ତା ମଧ୍ୟେ ଦେଶର ସତ୍ତା |

ପ୍ରତି ଭାରତୀୟ ହୃଦୟେ ଭରିଛି

       ତ୍ରିରଙ୍ଗା ପାଇଁ ସମ୍ମାନ,

ସିଏ ତ ଦେଶର ଅମୁଲ୍ୟ ସମ୍ପଦ

       କିଣି ନିଏ ଜନ ମନ |


   


Rate this content
Log in

Similar oriya poem from Inspirational