STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିଵସ

ଜାତୀୟ ପ୍ରଯୁକ୍ତିବିଦ୍ୟା ଦିଵସ

1 min
316


ଦେଖି ସୀମାନ୍ତର ଆତଙ୍କବାଦୀଙ୍କ ଆସ୍ଫାଳନ

ବାରମ୍ବାର ମୋ ଦେଶ ଦେଖିଲା ବିସ୍ମିତ ସ୍ୱପ୍ନ

ମସ୍ତିଷ୍କରେ ବିଜ୍ଞାନକୁ ଦେଇ ସ୍ଥାନ

ପ୍ରଯୁକ୍ତି ବିଦ୍ୟାକୁ କଲା ଆଲିଙ୍ଗନ

ମିଳାଇ ହାତରେ ହାତ

ଖଟାଇ ବୁଦ୍ଧି ଓ ଜ୍ଞାନ 

ୟୁରାନିୟମ ଓ ଥୋରିୟମ ପରମାଣୁରୁ

ସଂଗୃହୀତ କଲା ନାଭିକୀୟ ଶକ୍ତି

ଅବିଳମ୍ବେ ନାଭିକୀୟ ପରମାଣୁ ବୋମା ହେଲା ନିର୍ମାଣ

ଉଣେଇସି ସହ ଅଠାନବେ ମସିହା ମଇ ଏଗାରରେ

କଲା ପୋଖରାନ ପରୀକ୍ଷଣ

ଉତଫୁଲ୍ଲିତ ହେଲା ମୋ ଦେଶ ହିନ୍ଦୁସ୍ଥାନ

ନିର୍ଗତ କରି କ୍ଷୀପ୍ର ଶକ୍ତି ସ୍ପନ୍ଦନ

ସ୍ତବ୍ଧ ହେଲା ଆମ ବିଶ୍ୱ

କହିଲା ଉଚ୍ଚ ସ୍ୱରେ

ବାଃ ବାଃ ରେ ଭାରତ

ସତରେ ତୁ କି ମହୀୟାନ।


ପାଳିତ ହେଲା ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିଵସ

ସ୍ଵନକ୍ଷତ୍ର ଦିବସେ ସେ କଲା ମାର୍ଗଦର୍ଶନ

ହେ ଆର୍ଯ୍ୟ ବୀର ପୁଙ୍ଗବ

ଅତୀତକୁ ଟିକେ କଲ ସ୍ମରଣ....

ସେଦିନ ଆଦିମ ସଭ୍ୟତାରୁ

ଆଜିର ଅତ୍ୟାଧୁନିକତାରେ ପଦାର୍ପଣ

ଏ କାହାର ଦାନ ?

ହେ ପ୍ରିୟ ଆବାଳ ବୃଦ୍ଧ ବନିତା

ବିଜ୍ଞାନକୁ ସାଦରେ କର ଆଲିଙ୍ଗନ

ଆବିଷ୍କାର,ଉଦ୍ଭାବନ,ପରୀକ୍ଷଣ ଓ ପର୍ଯ୍ୟବେକ୍ଷଣରେ ଦିଅ ମନଧ୍ୟାନ

ଶିକ୍ଷାର୍ଥୀଙ୍କୁ କର ଉତ୍ସାହିତ ଦିଅ ପ୍ରୋତ୍ସାହନ

ନିକ୍ଷେପ କରି ସୂକ୍ଷ୍ମ ତୀକ୍ଷ୍ଣ ଦୃଷ୍ଟି

କର ଶକ୍ତି ସନ୍ଧାନ ଓ ସଂରକ୍ଷଣ

ଗଢ଼ ଭିନ୍ନ ଭିନ୍ନ ଜିନିଷ

ଦୈନନ୍ଦିନ ଜୀବନରେ କର ମୋତେ ପ୍ରୟୋଗ

ହେ ଯନ୍ତ୍ରୀ,ବିଜ୍ଞାନୀ,ସଂଯୋଜକ

କର ଅଭିନବ ନିର୍ମାଣ 

ନ ଶୋଷି ଜୀବନ 

କର ଶ୍ରଦ୍ଧାରେ ଆରାମର ବରଦାନ।


ହେଲେ ସାବଧାନ....

ଆତ୍ମରକ୍ଷା ପାଇଁ,ଦେଶମାତୃକାର ରକ୍ଷା ପାଇଁ କରପଛେ ବୋମା ବିସ୍ଫୋରଣ

କିନ୍ତୁ ଅନାଵଶ୍ୟକେ

କରିନାହିଁ ଶକ୍ତି ଅପଚୟ

କିବା ଗୁଳି ଗୋଳା ବାରୁଦ କମାଣ ବର୍ଷଣ

ସଦା ମହାନ ଲକ୍ଷ୍ୟ ହେଉ 

ଶାନ୍ତି ମୈତ୍ରୀ ଐକ୍ୟର ଶକ୍ତି ସ୍ଥାପନ

ଏ ନାରା କର ପ୍ରତିଧ୍ବନିତ

ଜୟ ଜୟ ହିନ୍ଦୁସ୍ଥାନ

ଜୟ ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା

ଜୟ ଶକ୍ତି ପ୍ରଦାୟିନୀ ଭାରତବର୍ଷ

ସତରେ ତୁ କେଡେ ମହାନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational