STORYMIRROR

banaja nandini mishra

Inspirational

4  

banaja nandini mishra

Inspirational

ଜାତୀୟ ଜୀବନ

ଜାତୀୟ ଜୀବନ

1 min
474

ଜାତୀୟ ଜୀବନ ହେଉ ସମର୍ପଣ

କରୁ ଥାଉ ସଦା ଜାତି ଜୟଗାନ

ମାନବ ଜାତିର ମହାନ ଜୀବନ

ଜାତି ପାଇଁ ହେଉ ସଦା ପ୍ରବାହମାନ

ଜାଗି ଉଠ ଆହେ ଉତ୍କଳ ସନ୍ତାନ

ବଳି ଦେବା ନାହିଁ ନିଜ ସ୍ୱାଭିମାନ

ଅନ୍ୟ ଦୋଷ କେବେ ନଦେଖୁ ନୟନ

ଭଲ ଗୁଣ ସଦା କରିବା ଗ୍ରହଣ

କ୍ଷୁଦ୍ର ଜଳବିନ୍ଦୁ ହୋଇ ଏକାକାର

ସୃଷ୍ଟି କରିଥାଏ ବିରାଟ ସାଗର

ଜାତୀୟ ଭାବନା ହୋଇ ଶୃଙ୍ଖଳିତ

ମାଆ ମାଟି ପାଇଁ ରହୁ ନିର୍ବିକାର

ନିଜର ସ୍ୱାର୍ଥକୁ କରି ପରିହାର

ମହାନ ଭାବନା ହେଉ ଉର୍ଧ୍ଵତର

ସମୟ କଥାର ରଖି ସଦା ମୂଲ୍ୟ

ଜାତି ପାଇଁ ବହିଯାଉ ପ୍ରାଣଧାର

ବଢ଼ାଇ ମହତ୍ତ୍ୱ ମାଟି ଓ ଭାଷାର

ଦେଶ ଜାତି ପାଇଁ ହେବା କର୍ଣ୍ଣଧାର

ଜାତୀୟ ଜୀବନ ସମ୍ମାନ ଜାତିର

ରଖିଯିବା ହୋଇ ଆମେ କର୍ମବୀର

କର୍ମବଳେ ବଢୁ ମୋ ଜାତିର ମାନ

ମୋହ ତ୍ୟାଗ କରୁ ଜାତୀୟ ଜୀବନ

ସୂର୍ଯ୍ୟଙ୍କ କିରଣ କେତେ ଯେ ମହାନ

ସେକଥାକୁ ସଦା କର ନିରୀକ୍ଷଣ

ଶାର୍ଦୁଳକୁ ଦେଖି ଯେଉଁଭଳି ଶ୍ଵାନ

ହୁଏ ନାହିଁ କେବେ ସିଏ ଭୟାଚ୍ଛନ୍ନ

ସେବା ତ୍ୟାଗ ବଳେ ବଳି ଦେଇଯିବା 

ବହୁମୂଲ୍ୟ ଆମ ଜାତୀୟ ଜୀବନ

ମୋର ନୀରବତା ମୋ ସାହାସିକତା

ବଢ଼ାଉଥାଉ ମୋ ଜାତି ଗମ୍ଭୀରତା

ସ୍ନେହମୟୀ ମୋର ଉତ୍କଳ ଜନନୀ

ମଧୁମୟ ମୂର୍ତ୍ତି ମୋ ଭାରତମାତା

ମାତୃଭାଷା ଶକ୍ତି ମାଟି ଆମ ମୁକ୍ତି

ଶାନ୍ତି ଆଣୁ ଆମ ଏକତା ସଂହତି

ମାତୃଭାଷା ସାଥି ଆମ ଅଭିବ୍ୟକ୍ତି

ସଦଭାବନା ବଳେ ବଳିୟାନ ଜାତି

ଜାତି ଭାଷା ପାଇଁ ଥିଲା ଯାହା ଚିନ୍ତା

ସେ ମହାପୁରୁଷ ପାଦେ ନଇଁ ମଥା

ତାଙ୍କ ଜାତିପ୍ରେମ ତାଙ୍କରି ବୀରତ୍ୱ

ଜାତି ଗାଏ ଆଜି ଗୌରବ ଗାଥା

କଳକଳ ବହେ ମୋ ଜାତି ନିର୍ଝର

ଇତିହାସ ଗାଏ କୀର୍ତି ନିରନ୍ତର

ଜାତି ନନ୍ଦିଘୋଷ ପ୍ରାଣ ଜଗନ୍ନାଥ

ମହୋଦଧି ଧୁଏ ଯାହାଙ୍କ ପୟର

ଜନ୍ମରୁ ଜୀବନ ନିମ୍ନକୁ ଗମନ

ମୃତ୍ୟୁ ଲଭି ହୁଏ ମଶାଣିରେ ଲୀନ

ଶ୍ରେଷ୍ଠ ହୋଇଯାଉ ବିଚାରର ଧାରା

ସାର୍ଥକ ହେଉ ଏ ମାନବ ଜୀବନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational