ଜାତି
ଜାତି
ଜାତି ଜାତି ବୋଲି କେତେ ରଟୁଅଛ
ଉଚ୍ଚ ସ୍ଵରେ ଯନ୍ତ୍ରବତ ଅହର୍ନିଶି ଅନବରତ
ସମାଜେ ରଚିଛ ଅନ୍ତହୀନ ବିଭେଦ କୂଟ
ଭାଗ ବାଣ୍ଟି ଦେଇ ଏଇ ମଣିଷ ରକ୍ତ!!
ଧରାଇ ଦେଇଛ ତାର ହାତେ ଆୟୁଧ
ଗଢିବା ପାଇଁକି ତୁମ୍ଭ ସ୍ବାର୍ଥ ସଉଧ
ଦୁନିଆ ବୁକୁରେ ପରା ଦୁଇଟି ଜାତି
ଖଟିଖିଆ ଏକ ଲୁଟିଖିଆ ଆରଟି ଭୁଲି ଗଲକି??
କେହି ନ ଦେଖଇ ଶିରୀ କାହାରି
ଭାଇ' ଭାଇ ନୁହେଁ ଅଟେ ଭଗାରି
ଜୀବନ ରଣେ ଦୁହେଁ ରକ୍ତ ପୂଜାରୀ
ଶିକାର ପାଲୋଟେ ପୁଣି କେବେ ଶିକାରୀ!!
ଯେବେ ତୁଟିବ ଜାତିର ଅଲଂଘ୍ଯ ପ୍ରାଚୀର
ବନ୍ଦ ହୋଇଯିବ ଜାଣ ତୁମ୍ଭ ବ୍ଯାପାର!!