STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

ଜାତି

ଜାତି

1 min
500


ଜାତି ଜାତି ବୋଲି କେତେ ରଟୁଅଛ

ଉଚ୍ଚ ସ୍ଵରେ ଯନ୍ତ୍ରବତ ଅହର୍ନିଶି ଅନବରତ

ସମାଜେ ରଚିଛ ଅନ୍ତହୀନ ବିଭେଦ କୂଟ

ଭାଗ ବାଣ୍ଟି ଦେଇ ଏଇ ମଣିଷ ରକ୍ତ!!

ଧରାଇ ଦେଇଛ ତାର ହାତେ ଆୟୁଧ

ଗଢିବା ପାଇଁକି ତୁମ୍ଭ ସ୍ବାର୍ଥ ସଉଧ

ଦୁନିଆ ବୁକୁରେ ପରା ଦୁଇଟି ଜାତି

ଖଟିଖିଆ ଏକ ଲୁଟିଖିଆ ଆରଟି ଭୁଲି ଗଲକି??

କେହି ନ ଦେଖଇ ଶିରୀ କାହାରି

ଭାଇ' ଭାଇ ନୁହେଁ ଅଟେ ଭଗାରି

ଜୀବନ ରଣେ ଦୁହେଁ ରକ୍ତ ପୂଜାରୀ

ଶିକାର ପାଲୋଟେ ପୁଣି କେବେ ଶିକାରୀ!!

ଯେବେ ତୁଟିବ ଜାତିର ଅଲଂଘ୍ଯ ପ୍ରାଚୀର

ବନ୍ଦ ହୋଇଯିବ ଜାଣ ତୁମ୍ଭ ବ୍ଯାପାର!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract