STORYMIRROR

Arundhati Senapati

Abstract

3  

Arundhati Senapati

Abstract

ଜାତି ପ୍ରଜାତି

ଜାତି ପ୍ରଜାତି

1 min
11.6K

ବିଧି ବିଧାନ କଲେ

ମଣିଷ ନାମକ ଏକ ଜାତି।


ହେଲେ ମଣିଷ ସମାଜ ଗଢିଲା

ଜାତିର ଉପଜାତି।


ହିନ୍ଦୁ, ମୁସଲିମ, ଶିଖ୍,

ବୌଦ୍ଧ, ଜୈନ, ଖ୍ରୀଷ୍ଟ ଆଦି।


ଭିନ୍ନା ଭିନ୍ନ ନ ଥିବା

ଗୋଟିଏ ରଙ୍ଗର ରୁଧିର।


କିନ୍ତୁ ବିଚାରରେ, ମାନସିକତାରେ

ଦିବସ-ରାତ୍ରି ପରି ଫରକ୍।


ଦାବି ପୂରଣ କରିବାକୁ ନ ହେଲେ ଲଦି ଦେବାକୁ

ଏଠି ଗୋଷ୍ଠୀ ସଂଘର୍ଷ ଚାଲେ।


ନିଜକୁ ଶ୍ରେଷ୍ଠ ବୋଲାଉଥିବା ମଣିଷ

ଦେଖ ଥରେ


ଗୋଟିଏ ଜାତିର ଶ୍ବାନର

ଅନେକ ପ୍ରଜାତି ଥାଇପାରେ


ହେଲେ ସେମାନେ ପରସ୍ପର ପ୍ରତି ବିଶ୍ବସ୍ତ

ମଣିଷର କାମନା ପରି ପଶୁର କାମନା ନୁହେଁ ବିଧ୍ବସ୍ତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract