STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଜାତି ନନ୍ଦିଘୋଷ

ଜାତି ନନ୍ଦିଘୋଷ

1 min
361

ଜାତି ନନ୍ଦିଘୋଷ ଅଟକି ଯାଇଛି

ହିଂସା ଅଗଣାରେ ଆଜି

ଲୋଭୀ, ଅପରାଧୀ ଭିଡ଼ିକି ଟାଣନ୍ତି

ଦେଶର ବଇରୀ ସାଜି


ମଣିଷ ହୋଇକି ମଣିଷକୁ ଆଜି

ମାରନ୍ତି କଂସେଇ ହୋଇ

ଅନ୍ୟାୟ, ଅସତ୍ୟ ହୋଲି ଖେଳୁଛନ୍ତି

ସତ୍ୟକୁ ଫାଶୀ ପକାଇ


ଜାତି, ଧର୍ମ ନାମେ ସଭିଏଁ ଯାକର

ହିଂସାର ନିଆଁରେ ଜଳି

ଅମଣିଷ ପରି ବେଭାର କରନ୍ତି

ନରକେ ହୋଇଣ ମେଳି


ପାପ, ପୁଣ୍ୟ କଥା ଭୁଲିଯାଇଛନ୍ତି

ପଶୁହୀନ ଆଚରଣେ

ନିରୀହ ନାରୀର ଇଜ୍ଜତ ଲୁଟନ୍ତି

ଦୟା ବି ନଥାଏ ମନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract