STORYMIRROR

PRABHAS KUMAR MOHAPATRA

Abstract

3  

PRABHAS KUMAR MOHAPATRA

Abstract

ଜାତି ମଣିଷ

ଜାତି ମଣିଷ

1 min
247

ଦୁନିଆ ରେ ନାହିଁ ଅଜାତି କିଛିରେ

ଗୋଟିଏ ଅଟଇ ଜାତି ।

ବ୍ରାହ୍ମଣ ବଇଶ ଚାଣ୍ଡାଳ ଶୂଦ୍ର ରେ

ମଣିଷ ଗୋଟିଏ ଜାତି ।।୧


ଜାତି ବୋଲି କିଛି ନାହିଁ ଦୁନିଆରେ

ମଣିଷ ଗୋଟିଏ ଜାତି ।

ଯଦି ଜାତି ଅଛି ଅଟଇ ଦୁଇଟି

ପୁରୁଷ ଗୋଟେ ପ୍ରକୃତି ।।୨


ସଭିଙ୍କ ଭିତରେ ରୁଧିର ବହୁଛି

ଅଟେକି ଭିନ୍ନ କାହାର ?।

ଭିନ୍ନ ସିନା ରଙ୍ଗ ହୋଇଥାଏ ଭାଇ

ସଭିଙ୍କ ଗୋଟେ ଆକାର ।।୩


ବର୍ଣ୍ଣ ଭେଦ ମନୁ ପୋଛିଲେ ସିନା ରେ

ହେବା ସବୁ ଏକାକାର ।

ଜାତିର ଚଷମା କାଢିଲେ ସିନା ରେ

ଜାଣିବୁ ଜାତି ତୋ ନର ।।୪


ମଣିଷ ହୋଇତୁ କେମିତି କହୁଛୁ

ଅଛୁଆଁ ଅଟେ ସେ ନର ।

ଜାଣିଲୁ ଆଜିଠୁ ନ କହିବୁ ଏଠୁ

ଅଟେ ଅମୁକ ଜାତିର ।।୫


ଆମେ ରେ ସଭିଏଁ ଗୋଟିଏ ଜାତିର

ନୁହେଁ ପଶୁ ପକ୍ଷୀ ଜାତି ।

ଆଜିଠୁ ସଭିଏଁ ଜାତିଭେଦ ଛାଡି

କହିବା ମଣିଷ ଜାତି ।।୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract