STORYMIRROR

Rabindra kumar Sahoo

Inspirational

3  

Rabindra kumar Sahoo

Inspirational

ଜାତି ଧର୍ମେ ରଖେନି ବିଶ୍ଵାସ

ଜାତି ଧର୍ମେ ରଖେନି ବିଶ୍ଵାସ

1 min
233

 ଘୃଣା କରନ୍ତି ଏ

      ସଭ୍ୟ ଶିକ୍ଷିତ ମଣିଷ

ଯେହେତୁ ଜାତି, ଧର୍ମେ

       ମୁଁ ରଖେନି ବିଶ୍ଵାସ ।

 ଜାତିକୁ ନେଇ

       ଧର୍ମକୁ ନେଇ

 ପକାଇ ପାରେନି ମୁଁ

   ରାଜନୈତିକ ଫାଶ

 ଲୋକଙ୍କ ମନେ

   ରଚାଇ ପାରେନି

      ମୁଁ ଅନ୍ଧବିଶ୍ୱାସ ।

 ଯାହାଟା ନ୍ୟାୟ

    ଯାହାଟା ସତ୍ୟ

 ତା'ର ସମ୍ମୁଖେ କରେ

        ମୁଁ ପର୍ଦ୍ଦାଫାଶ

ସେ ପାଇଁ ଘୃଣା ଚକ୍ଷୁରେ

  ଦେଖନ୍ତି ମୋତେ

    ଏ ସଭ୍ୟ ଶିକ୍ଷିତ ମଣିଷ

ଯେହେତୁ ଜାତି,ଧର୍ମେ

    ମୁଁ ରଖେନି ବିଶ୍ଵାସ ।

ଅମୃତର ସନ୍ତାନ 

   ଅଟେ ଏ ମଣିଷ

ସଭିଙ୍କୁ ସମାନ

     ଗଢିଛି ଈଶ

ଶାରୀରିକ ଗଠନ ଦୃଷ୍ଟିରୁ

  ନାରୀ ଓ ପୁରୁଷ ଶରୀରେ

    ଖାଲି ଯାହା ଫରକ

 ନତୁବା ସଭିଏଁ ସମାନ

  ପ୍ରତ୍ୟେକ ମଣିଷ

ଏଥିରେ ରଖିଲାରୁ ବିଶ୍ଵାସ

 ଘୃଣାରେ ଦେଖନ୍ତି

   ମୋତେ ସବୁ ମଣିଷ ।

ଉଚ୍ଚ, ନୀଚ୍ଚ, ଧନୀ, ଦରିଦ୍ର

 ସବୁ ଶ୍ରେଣୀର କର୍ତ୍ତା ଏ ମଣିଷ

ଏ ଜାତି ସତ୍ତା

 ଏ ଧର୍ମ ଭିତ୍ତିରେ

ଆମ ସାମାଜିକ ବିବିଧତା

  ରଚିଛି ସବୁ ଏ

    ନ୍ୟସ୍ତ ସ୍ଵାର୍ଥୀ ମଣିଷ

 ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷେ

 ଆମେ ସଭିଏଁ ଏକ ଏବଂ ଅଭିନ୍ନ

 ଆମେ ସଭିଏଁ ଈଶ୍ଵରଙ୍କ ସୃଷ୍ଟିର

  ଅମୂଲ୍ୟ ସମ୍ପଦ

  ସଭିଏଁ ଆମେ ମଣିଷ

ସେ ପାଇଁ ମୁଁ ଘୃଣା କରେ

 ଜାତି ପ୍ରଥାକୁ, ସାମ୍ପ୍ରଦାୟିକତାକୁ,

ଗୋଷ୍ଠୀ ବାଦକୁ, ବର୍ଣ୍ଣ ବାଦକୁ,

ଲିିିଙ୍ଗଗତ ବିଭେଦକୁ

 ନ ଥାଏ ଏ ସବୁରେ 

 ମୋ'ର ତିଳେ ହେଁ ବିଶ୍ଵାସ

ଯେହେତୁ ଜାତି, ଧର୍ମେ

    ମୁଁ ରଖେନି ବିଶ୍ଵାସ ।

ଆମେ ସଭିଏଁ

  ଧରିତ୍ରୀ ମାତାର ସନ୍ତାନ

ସେ ଆମ ଜନନୀ, ଜନ୍ମଦାତ୍ରୀ

 ଆମ ସଭିଙ୍କ ବାସସ୍ଥଳୀ

  ଅଟେ ଆମ ବିଶ୍ଵ

 ନାହିଁ ଆମ ମଧ୍ୟେ ଫରକ୍ କି

 ନାହିଁ ତିିଳେ ତହିଁରେ ଅବିଶ୍ୱାସ

ସେ ପାଇଁ ଜାତି, ଧର୍ମେ

    ମୁଁ ରଖେନି ବିଶ୍ଵାସ ।

     

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational