STORYMIRROR

Chittaranjan Nanda

Abstract Fantasy Inspirational

4  

Chittaranjan Nanda

Abstract Fantasy Inspirational

ଜାତି ଧର୍ମ ବିଭେଦ ବିକାଶ ସମ୍ଭବ

ଜାତି ଧର୍ମ ବିଭେଦ ବିକାଶ ସମ୍ଭବ

1 min
359


ସର୍ବେ ସମାଜେ ବନ୍ଧା ହୋଇଛେ, ନିଜେ 

ବଞ୍ଚିବା, ଅନ୍ୟକୁ ବଞ୍ଚେଇବା,

ଆବଶ୍ୟକ ମତେ ଆମର ନିଜର କର୍ତ୍ତବ୍ୟ 

କରି ସମାଜେ ଜୀବନ କାଟିବା ।୧।


ପର ଆପଣାର ଭାବନାକୁ ଛାଡି କର୍ତ୍ତବ୍ୟ

ପଥେ ଚାଲିଲେ ସଂସାରେ

ମନ ହୃଦୟରେ ସ୍ନେହ ପ୍ରେମ ଭରି ଥାଇ

ଏକତ୍ରିତ ରହିବା ଶାନ୍ତିରେ ।୨।


ମିଥ୍ୟା ଅସତ୍ୟରେ ଜଗତ ତ କେବେ ଚାଲି

ପାରି ନାହିଁ, ଚାଲି ନପାରିବ

ପେଟରେ ରଖି ବିଷ, ମୁଖରେ ଅମୃତ ବଚନ 

କେତେଦିନ କୁହ କହି ପାରିବ ।୩।


ବିଷମୟ ଆଜି ଲାଗୁଛି ସବୁଙ୍କୁ, ସେଥିପାଇଁ

ମନ ଦୁଃଖ ପରା ହୃଦୟରେ

ଏହି ପ୍ରପଞ୍ଚକ କଳଙ୍କିତ ଅବସ୍ଥା ପାଇନେ କି 

ଆମେ ଦ୍ୱାପର, ତ୍ରେତୟା ଯୁଗରେ ।୪।


ପରନିନ୍ଦା ଓ ତୋଷାମଦି କରି କେତେ ଦିନ

ଜଣେ ଆନନ୍ଦ ମନରେ କାଳ କାଟି ପାରିବ

ଗରଳ ଢାଳି ପ୍ରପଞ୍ଚକ କରି ଅଘଟଣ ଘଟାଇ 

ଚାଲିଲେ ସଂସାର କି ରହିବ ।୫।


ଦେଖ ଜଂଗଲ କାଟିଲ, ପ୍ରଳୟ ଆସୁଛି 

ପ୍ରବଳ ବେଗରେ ଧାଇଁ

ଜଳୁଛି ଦୁନିଆଁ ଅଳପ ଦିନରେ ଜଳିବ ସଂସାର

ବଂଚି ରହିବା ସମ୍ଭବ ନାହିଁ ।୬।


ପୁଂଜିବାଦୀ ଦୁନିଆକୁ ବଂଚାଇବା ପାଇଁ, ଟଂକାକେ

ବିପିଏଲ୍ ଚାଉଳ ଗହମ ଦେଲ

ବସି ଖିଆ ମାଗି ଖିଆ କରି ଚାଷ କର୍ମ ନକରିବା

ମନୋବୃତ୍ତି ଶ୍ରମିକ ମନରେ ଭରିଲ ।୭।


ଭୋଗୁଛେ ସମସ୍ତେ ଆଜି ବଜାରରେ ତା ପ୍ରଭାବେ

ଅତ୍ୟଧିକ ଦରବୃଦ୍ଧି ତାତିର ନିଆଁ

କି ଯୁଗ ହୋଇଲା, ହଜାରେ ଟଙ୍କାରେ ବ୍ୟାଗ ପୁରୁ

ନାହିଁ, ଆମ କୃତକର୍ମ, ଦେଖୁଛେ କରି ଆଆଁ ।୮।


ରୁଗ୍ଣ ସାମ୍ପ୍ରଦାୟିକ ମନୋବୃତ୍ତିର ବ୍ୟାଧିର ଇଙ୍ଗିତରେ

ଶୃଙ୍ଖଳାହୀନ ଅବସ୍ଥା ଆଜି ଗାଆଁରୁ ସହର

ଆମ କାମ ଯୋଗୁ ଆଇନ ଶୃଂଖଳା ଏପରି ହୋଇଛି 

ଆଜି ତ ପଦାକୁ ଯିବାକୁ ଲାଗୁଛି ଡର ।୯।


ଜାତି ଧର୍ମ ବିଭେଦର ଅପନ୍ତରା ପଥେ ଚାଲିଲେ ପାଦ 

ତ ନିଶ୍ଚିତ ନିଶ୍ଚିତ କ୍ଷତାକ୍ତ ହୋଇବ

ମନ୍ଦିର ମସଜିଦ ଗୀର୍ଜା ଗଢିବା ନିଶାରେ ବିକାଶ କି 

ସମ୍ଭବ କିମ୍ବା ମଣିଷର ଭୋକ ମେଣ୍ଟିବ  ।୧୦।


Rate this content
Log in

Similar oriya poem from Abstract