STORYMIRROR

Narayan chandra Senapati

Inspirational

3  

Narayan chandra Senapati

Inspirational

ଜାନୁୟାରୀ ମାସ ଛବିଶ ତାରିଖ

ଜାନୁୟାରୀ ମାସ ଛବିଶ ତାରିଖ

1 min
559


ଯନ୍ତ୍ରଣାଦାୟକ ବିଦେଶୀ ଶାସନେ

କ୍ଷୁବ୍ଧ ହେଲେ ଭାରତୀୟ,

ଭୀମରାଓଙ୍କର ଦୃଢ ନେତୃତ୍ୱରେ

ରଚିଲେ ଶାସନ ଖିଅ।

ଆମ ଅଧିକାର,ଆମରି କର୍ତ୍ତବ୍ୟ

ଜାତି ଦେଶକୁ ସମ୍ମାନ,

ଜାତୀୟ ସଙ୍ଗୀତ ଆନନ୍ଦେ ଗାଇବା

ମୋ ଭାରତ କେଡେ ମହାନ।

ଧର୍ମ ନିରପେକ୍ଷ,ସାମ୍ୟବାଦୀ ନୀତି

ହୋଇଲା ଆମ ଆଦର୍ଶ,

ଗଣତନ୍ତ୍ର ପାଇଁ ଗର୍ବ କରୁ ଆମେ

ଶକ୍ତିମାନ ହେଲା ଦେଶ ।

ତରବାରୀ ଜୟ ଭୁଲ୍ ହେଲା ଏଠି

ପ୍ରେମର ଜୟ ହିଁ ଜୟ,

ଜାତି,ଧର୍ମ,ବର୍ଣ୍ଣ ନାହିଁ ଏଠି ଭେଦ

ଯେତେ ସବୁ ଭାରତୀୟ ।

ତ୍ରିରଙ୍ଗା ପତାକା ଶିଖାଏ ଆମକୁ

ବୀରତ୍ୱ,ଶାନ୍ତି,ସମୃଦ୍ଧି,

ଏକତା ସ୍ରୋତରେ ଶ୍ରମ ନିଷ୍ଠା ବଳେ

ସର୍ବାଗ୍ରେ କରିବା ବୃଦ୍ଧି ।

କୃଷକ ଦେବତା ଯୋଗାଇବ ଦାନା

ସୈନିକ ପୋଛିବ ଲୁହ,

ଶିକ୍ଷକ ଗଢିବ ଦେଶପ୍ରେମୀ,ସାଧୁ,

ସୁନାଗରିକର ବ୍ୟୁହ ।

ସବୁଜ କ୍ଷେତରେ ହସିବ ଧରଣୀ

ସୁସ୍ଥ ହେବେ ଦେଶବାସୀ,

ଦୂରତା କମିବ,ସରଳ ବହନେ

ହସିବେ ଭାରତବାସୀ ।

ସ୍ନେହ ଶ୍ରଦ୍ଧା ପ୍ରୀତି ମାୟା ମମତାର

ଛୁଟିବ ପ୍ରେମ ଜୁଆର,

ସତ୍ୟ,ଶାନ୍ତି,ଦୟା,କ୍ଷମାର ତରଙ୍ଗେ

ବିଶ୍ୱ ହୋଇବ ଅଧିର ।

ପିତା ମାତା ଗୁରୁ ଅତିଥି ଦେବତା

ବାର୍ତ୍ତା ଦେବ ଏ ସଂସ୍କୃତି,

କଳା କାରିଗରୀ ବିଜ୍ଞାନୀ କୌଶଳେ

ଗଢିବେ ବିଚିତ୍ର କୃତି ।

ଅହିଂସା,ସଦ୍ଭାବ,ମୈତ୍ରୀ ସରାଗରେ

ବିଶ୍ୱଭ୍ରାତୃତ୍ୱର ଭାବ,

ପ୍ରେମର ରଜ୍ଜୁରେ ବାନ୍ଧିବା ସଭିଙ୍କୁ

ବସୁଧା କୁଟୁମ୍ବ ହେବ ।

ରାମ କୃଷ୍ଣ ବୁଦ୍ଧ ଯୀଶୁ ଆହ୍ଲାଙ୍କର

ଆଶୀର୍ବାଦ ଟିକେ ଥାଉ,

ଜାନୁଆରୀ ମାସ ଛବିଶ ତାରିଖ

ସାର୍ବଭୌମ ଗୀତ ଗାଉ ।


ନାରାୟଣ ସେନାପତି

ସୁନ୍ଦର ମୋ ଭାଷା ସାହିତ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational