ଜାଣିନି
ଜାଣିନି
କାଲି କି ହେବ କିପରି ହେବ
ଜାଣିନି !
କର୍ମ କରି ଚାଲିଛି
ଗୁରୁଙ୍କ ମାର୍ଗଦର୍ଶନରେ।।
ଧରି ସତ୍ୟ ପଥ
କର୍ତ୍ତବ୍ୟ ହିଁ କରୁଛି
ରାଷ୍ଟ୍ରର ନିର୍ମାଣେ
ମନୁଷ୍ୟ କଲ୍ୟାଣେ
ଜୀବ ପ୍ରତି ଦୟା ଭାବ ରଖି
ଗୃହକୁ ପାଳୁଛି ପରିଶ୍ରମ କରି
ଶିକ୍ଷା ଦେଉଛି ସନ୍ତାନେ
ରାଷ୍ଟ୍ରହିତେକାର୍ଯ୍ୟ
ମନୁଷ୍ୟର ଧର୍ମ ।।
କର୍ମ ମୁଁ କରୁଛି
ଚିନ୍ତା ନାହିଁ ଭବିଷ୍ୟତ
ନାହଁ ଚିନ୍ତା ମୃତ୍ୟୁର
କର୍ମ ଜ୍ଞାନ କର୍ତ୍ତବ୍ୟେ ରଖି
କର୍ମ କରୁଛି
ପିତୃମାତୃ ସେବା
ଭକ୍ତି ଗୁରୁ ଜନ ପ୍ରତି
କର୍ମ ରଖିଛି ଆଗେ
କରି କର୍ମ ଚାଲିଛି
ଭାବିନି !
କାଲି କି ହେବ।।
ବୈକୁଣ୍ଠପୁ ଯିବି ଅବା ନର୍କ ପୂର
ଚିନ୍ତା କରିନି ଦିନେ
କର୍ମ ମୁଁ କରୁଛି କର୍ମ ହିଁ ଜୀବନ
ହେଳା କରି ନାହିଁ ଦିନେ
ଧ୍ୟାନ ରଖି ଅଛି ନିରଞ୍ଜନେ
କୃଷ୍ଣ ରାମ ଜଗା ଚରଣେ।।