STORYMIRROR

Ch Loknath Reddy

Romance Inspirational

3  

Ch Loknath Reddy

Romance Inspirational

ଜାଣିଛି ତୋହରି ବୁଦ୍ଧି

ଜାଣିଛି ତୋହରି ବୁଦ୍ଧି

1 min
253


ପ୍ରେମର ନାୟିକା ମୋ ପ୍ରେମ ସୁନ୍ଦରୀ

      କରିଛି ଅଧୁନା ପର

କଳ୍ପନାର ପୋତେ ମୋ ପାଶେ ଆସୁଛି

      ଚୋରିକରି ନିଦ ମୋର |


ସବୁବେଳେ ଥାଏ ଅନ୍ୟର କୋଲରେ

    ବିଜି ବିଜି ଫୋନ କହେ

କଥା ସରିଗଲେ ମେସେଜ କରିବ

    ସାଙ୍ଗ ବୋଲି ଗୀତ ଗାଏ |


କହେ ସେ ସର୍ବଦା ଗର ଗର ହୋଇ 

    କରୁଛୁ ସନ୍ଦେହ ମୋତେ

ଭାବୁଛି ତୋତେ ମୁଁ ମୋର ଜୀବଧନ

     ଭଲ ମୁଁ ପାଉଛି କେତେ |


ପଚାରୁଛି ତୋତେ ଆଲୋ ନିରିମାଖି!

    ଯଦି ଭଲପାଉ ମୋତେ

ମାସକେ ଥରେ ତୁ ମେସେଜ କରୁଛୁ

    ମାସଟେ ଭୁଲୁଛୁ ମୋତେ |


କେବେ କେବେ ତୁହି ଫୋନ କରୁଛୁ 

   ଧନ ମୋର କିଆଁ କର

ଧନ ଧନ କହି ଦୁଲାରୀ କରୁଛୁ 

   ମାସେ ନାମ ଆଉ କା'ର | 


ସବୁବେଳେ ଭାବେ ମନଟି ମୋହର

   କରିବାକୁ ତୋତେ ରାଣୀ

ମୋତେ ଭାବିଦେଉ ମାଟିର ଖେଳନା

   ଖେଳି ତୁ ଯାଉଛୁ ଜାଣି |


ସମ୍ପର୍କରେ ଆମେ ପ୍ରେମକ ପ୍ରେମିକା

    ପ୍ରେମରେ ପଡୁଛି ଫିକା

ନିଜର ଭାବି ନା ପାଇକର ଭାବି

    କରୁଛୁ ତୁ ଅଣଦେଖା |


ଜାଣୁଛି ଜାଣୁଛି ଜାଣୁଛି ଲୋ ସାଥି!

    ତୋର ଅଭିନୟ ନାଟ

ଯଦି ତୁ ଚାଲିବୁ ଏଭଳି ପଥରେ

  ଦିନେ ପ୍ରେମ ହେବ ଫାଟ ||



Rate this content
Log in

Similar oriya poem from Romance