STORYMIRROR

Kusum Panda

Abstract

3  

Kusum Panda

Abstract

ଜାଣିବାକୁ ଇଛା ମୋର ଆନନ୍ଦ

ଜାଣିବାକୁ ଇଛା ମୋର ଆନନ୍ଦ

1 min
233


ମନର ପ୍ରକୃତି ସୃଷ୍ଟିର ରହସ୍ୟ ,ଜାଣିବାକୁ ଇଚ୍ଛା 

ମୋର ଆନନ୍ଦ

ତୁମେ ଦେଖାଇଛ ଏହି ଫରଦରେ ,ରହିଛି ତୁମର ଛବି ପ୍ରଚ୍ଛଦ।



ସବୁବେଳେ ତୁମ ଅନୁଭବ ବାର୍ତ୍ତା ,ଆସୁଥିଲା ପାଶେ ହୋଇ ସହଜ

ଯାହା ଇଚ୍ଛା ତାହା କରୁଥିଲ ରହି ,ସାଦରରେ ପ୍ରୀତି ବଡ଼ ଆତ୍ମଜ

ସଭିଙ୍କ ପାଖରେ କିଛି ନୁଆ ନୁଆ ,ସୁବିଧା ସୁଯୋଗ ବର୍ଣ୍ଣ ମୁକୁନ୍ଦ

ମନର ପ୍ରକୃତି ସୃଷ୍ଟିର ରହସ୍ୟ, ଜାଣିବାକୁ ଇଚ୍ଛା 

ମୋର ଆନନ୍ଦ।



ବୁଝିତ ହେଉନି କେମିତି କିପରି ,ସବୁ ଚକ୍ର ମିଶି ହୁଏ ଗଠିତ

 ଭାବିଲେ ଲାଗୁଛି କିଏ କରାଉଛି, ସୁଗମର ପଥ ହୁଏ ନିର୍ମିତ।



କେତେ ଭାବରଙ୍ଗ ଆଶା ପରିପୂର୍ଣ୍ଣ ,ଅନୁଭବ ସେତ ବିଚିତ୍ରାନନ୍ଦ 

ଜନ ସମାଗମ ହେଉଥିଲା ପାଶେ, ଦେଖେ ତୁମ ହସ କେଡେ ସାନନ୍ଦ 

ତୁମେ ଦେଖାଇଛ ନୂତନ ଆଲୋକ, କର୍ମ ଧାରା ପନ୍ଥା କେତେ ଅଳିନ୍ଦ

ତୁମେ କହିଅଛ ଏହି ଫରଦରେ ,ରହିଛି ତୁମର ଛବି ପ୍ରଚ୍ଛଦ।



ତୁମ ଦର୍ଶନରେ କେତେ ଆତ୍ମିୟତା, ଭରି ଉଠେ ହୋଇ ମନ ସୁଷମ  

ସବୁରି ପ୍ରାଣୀର ଦେବତା ତୁମେ ହିଁ, ଅଟ ତୁମେ ଆମ ସର୍ବ ପ୍ରଥମ ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract