STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଜାଣେନା

ଜାଣେନା

1 min
2.5K

ଜାଣେନା ମୁଁ

କିଏ ତୁମେ ଗୋ

ରାତିରେ ଆସ

ନିଦ ହଜାଅ

ସପନେ ଆସି ଫୁଲ ସଜାଅ

ଆଖି ବୁଜିଲେ ଦିଶେ ତୁମ ଚନ୍ଦ୍ରମୁଖ

ଆଖି ଖୋଲିଲେ ଦିଶେ ତୁମ ନାଲି ଓଠେ ମୁରୁକି ହସ

ଚାଲିଲେ ପାଦରେ ପାଦ ମିଶାଇ

ଛାଇ ପରି ସାଥେ ଥାଅ ଗୋ

ପୁଣି

ଏକା ଥିଲେ ମଉନାବତୀ ହୋଇ

ମୋ ସାମ୍ନାରେ ଗୁଣୁଗୁଣୁ ଗୀତ ଗାଅ ଗୋ

ମରି ମରି ଜିଉଁଥିଲି ଗୋ

ମନେ ନୂଆ ଆଶା

ଆଉ ହୃଦୟରେ ସାହସ ଭରି

ନୂଆକରି ଜିଇଁବା ତୁମେ ଶିଖାଇଲ ଗୋ

ବାଆଁରା ଚଢେଇ ଗୋଟେ ଥିଲି ଗୋ

ଯାଯାବର ଜୀବନକୁ ଆଦରି ନେଇଥିଲି ଗୋ

ଶୁଭ ଲଗନେ ଆସି

ପ୍ରେମର ପରଶ ଦେଲ ଗୋ

ଶୁଖା ମନକୁ ଭିଜାଇ

ତୁମ କୋଳରେ ମୋତେ ଧରି

ନିଜର କଲ ଗୋ

ଭୁଲିବିନି ତୁମ କଥା ଗୋ

ଦେଉଛି କଥା ଆଉ କରୁଛି ଶପଥ ଗୋ

ଦେବି ଜୀବନ ଆଉ ମୋ ସୁନା ମନ ଗୋ

ତୁମ ସାଥେ ଗଢିବି ମୋ ଟିକି ଦୁନିଆ ଗୋ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract