ଜାଣେ ତୁମେ ଫେରିବ ନାହିଁ
ଜାଣେ ତୁମେ ଫେରିବ ନାହିଁ
ଅମାବାସ୍ୟା ଅନ୍ଧକାରେ ଫୁଲକଇଁ
ରହଛି ଜହ୍ନର ବାଟ ଚାହିଁ
ଅମାବାସ୍ୟାରେ ଜହ୍ନ କି
ଆସିବ ଉଇଁ..?
ଭଅଁର ର ସ୍ପର୍ଶ ପାଇଁ
ଫୁଲ ରହିଛି ଚାହିଁ
ଫୁଲ କି ଜାଣେ ଭଅଁର
ଆଉ ଫେରିବ ନାହିଁ..
ଅଫେରା ବାଟର
ତୁମେ ଯେ ବାଟୋଇ
ଜାଣେ ତୁମେ ଫେରିବ ନାହିଁ..
ତଥାପି ଏ ମନ ବୁଝୁନାହିଁ
ରହିଛି ତୁମ ବାଟ ଚାହିଁ
ରହିଛି ତୁମ ବାଟ ଚାହିଁ..।
