STORYMIRROR

Prasanta Kumar Behera

Abstract

2  

Prasanta Kumar Behera

Abstract

ଜାହ୍ନବୀ ଝର ..........

ଜାହ୍ନବୀ ଝର ..........

1 min
3.4K

ଦେଖ ଦେଖ ସଖି

          ବାଜି ଉଠେ ଆଜି

                   ପ୍ରେମ ସଂଗୀତର ଝଙ୍କାର


ଚିର ସବୁଜ ପ୍ରେମ ଆମର

            ଝରି ଝରି ଆସେ 

                      ଅମୃତ ଅମର ନିର୍ଝର l


ତମ ମୁକୁଳା ତନୁର

            ଜାହ୍ନବୀ ଝର

                    ତର ତର ବହି ଯାଉଛି


ମୋ ସ୍ୱପ୍ନରେ ତମ

         ନିଭୃତ ଇଲାକା

                ମହାତାନରେ ଝଂକୃତ ହେଉଛି l


ତମ ଅନ୍ତରର ଅନ୍ତଃସ୍ୱର

           ମୋର ପ୍ରତି ଧମନୀରେ

                      ସମତାନରେ ବାଜୁଛି


କାରୁକାର୍ଯ୍ୟରେ ଭରା

        ପ୍ରେମର ତାଜମହଲଟେ

                    ସ୍ୱପ୍ନରେ ଗଢି ତୋଳିଛି l


Rate this content
Log in

Similar oriya poem from Abstract